ହଲାଲା ଗୋଟିଏ ଆରବୀ ଶବ୍ଦ, ଏହାର ପ୍ରକୃତ ଅର୍ଥ ହେଉଛି ‘ବୈଧ’, ଇସ୍ଲାମିକ ସନ୍ଦର୍ଭ ରେ ହଲାଲା ର ଅର୍ଥ କେବଳ ଭୋଜନ ରେ ସୀମିତ ନୁହେଁ, ଏଥିରେ ସାରିଆ କାନୁନ ଅନ୍ତର୍ଗତ ଅନେକ କିଛି ସାମିଲ ରହିଛି, ଯେପରିକି ଜୀବନ ଶୈଳୀ, ବ୍ୟବସାୟ ଓ ଆଚରଣ ସାମିଲ ରହିଛି l
ଇସ୍ଲାମ ରେ ଭୋଜନ ପାଇଁ କୌଣସି ଜୀବଙ୍କୁ ବଧ କରିବା କେବଳ ଗୋଟିଏ ଶାରୀରିକ ପ୍ରକ୍ରିୟା ନୁହେଁ, ଏହା ଆଲ୍ହା ଙ୍କୁ ଉତ୍ସର୍ଗୀକୃତ ବୋଲି ମୁସଲମାନ ଙ୍କ ମତ ରହିଛି l ଏଥିରେ ଜୀବ ଟି ଜୀବିତ ଥିବା ଜରୁରୀ ଏବଂ ବଧ ସମୟରେ କଂସେଇ କଲମା ପଢିବା ଆବଶ୍ୟକ l
ହଲାଲା ରେ ଜୀବଟିର ଗଳା କୁ ଧାରୁଆ ଛୁରୀ ରେ କାଟିଦିଆ ଯାଇଥାଏ, ଯେପରି ଜୀବଟି ର ହାର୍ଟ କିମ୍ବା ମେରୁଦଣ୍ଡ କଟି ନଯାଉ, ଏବଂ ହାର୍ଟ ଟି ପମ୍ପ କରିବା ଦ୍ୱାରା ଅଧିକ ରକ୍ତ ବୋହିଥାଏ, ଯାହା ଦର୍ଶାଇଥାଏ ଜୀବଟି ସୁସ୍ଥ ଅଛି ଓ ଖାଇବା ଯୋଗ୍ୟ l
‘ ଝଟକା ‘ ଗୋଟିଏ ସଂସ୍କୃତ ଶବ୍ଦ, ଏହା ଝାଟି ଶବ୍ଦ ରୁ ଆସିଛି, ଯାହାର ଅର୍ଥ ତୁରନ୍ତ, ଏଇ ସନ୍ଦ ଗୋଟିଏ ଏଭଳି ବିଧିକୁ ଦର୍ଶାଇଥାଏ ଯାହା ଖୁବ କମ ପୀଡା ଦାୟୀ ହୋଇଥାଏ l ଝଟକା ବିଧି ରେ ଜୀବଜନ୍ତୁ ଙ୍କ ମୁଣ୍ଡ କୁ ଗୋଟିଏ ଝଟକା ରେ କାଟିଦିଆ ଯାଏ l
