Odisha news

କୋମନା ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

0

ନୂଆପଡ଼ା /ଭୁବନେଶ୍ୱର, ୩୧।୧୦ : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ଦର୍ଲିପଡା ପଞ୍ଚାୟତ ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଦର୍ଲିପଡା ପଞ୍ଚାୟତ ର ଦର୍ଲିପଡ଼ା ଗାଁ ରେ ପଦଯାତ୍ରା କରି ଘରକୁ ଘର ବୁଲି ଏକ ସାଧାରଣ ସଭାରେ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭା ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇଵାକୁ ନିବେଦନ କରିଛନ୍ତି ।

ବିଜେପିର ଡବଲ ଇଞ୍ଜିନ୍ ସରକାର ରେ ବିଧାନସଭା ସଦସ୍ୟ ଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହେ। ତେଣୁ କୋମନା ବ୍ଲକ ସହ ଦର୍ଲିପଡା ପଞ୍ଚାୟତକୁ ବିକଶିତ କରିବା ପାଇଁ ନୂଆପଡା ର ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇଵାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଭୋଟର ମାନଙ୍କୁ ନିବେଦନ କରିଛନ୍ତି ।

Leave A Reply