ନୂଆପଡ଼ା -୧୭/୧ : ନୁଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଠାରେ ଦୁଇ ହଜାର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳ ଭଣ୍ଡାର କୁ ଜିଲ୍ଲାପାଳ ଶ୍ରୀମତୀ ସ୍ବଧାଦେଵ ସିଂ ଉଦଘାଟନ କରିଛନ୍ତି। ଏହା ଦ୍ବାରା ଦୁଗ୍ଧ ଚାଷୀମାନେ ଲାଭବାନ ହେବା ସହ ଦୁଗ୍ଧର ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ପ୍ରକାଶ କରିଛନ୍ତି।
ଏହି ଉଦଘାଟନ ଉସବରେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘ ସାଧାରଣ ପରିଚାଳ ସରୋଜ କୁମାର ସାହୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ସହ ସୁପ୍ରଭାଇଜର ସରୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ପୂର୍ବରୁ ଦୁଗ୍ଧ ଚାଷୀ ମାବେ ଦୁଗ୍ଧ ଲିଟର ପିଛା ୨୦ ରୁ ୨୨ ଟଙ୍କା ପାଉଥିବା ବେଳେ ଏହି ଶୀତଳ ଭଣ୍ଡାର ଦ୍ବାରା ୩୦ ରୁ ୪୦ ଟଙ୍କା ପର୍ଯ୍ୟନ୍ତ ଦୁଗ୍ଧ ମୂଲ୍ୟ ପାଇପାରିବେ। ଅଞ୍ଚର ର ଦୁଗ୍ଧ ଚାଷୀମହଲ ରେ ଖୁସୀ ର ଲହରୀ ଖେଳିଯାଇଛି ।