Odisha news

ଜାନ୍ ର ସାଧାରଣ ବୈଠକ : ସଂଗଠନ କୁ ମଜବୁତ କରିବା ଦିଗରେ ଗୁରୁତ୍ଵ।

ନୂଆପଡା-୧୮/୭ ସକାଳ ଖବର( ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଲୟ ସମ୍ମଳନୀ କକ୍ଷ ଠାରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍ ନୂଆପଡା ଜାନ୍ ର ଏକ ସାଧାରଣ ବୈଠକ ରବିବାର ସଭାପତି ସୁଶାନ୍ତ କର କଂ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ନୂଆପଡା ବ୍ଲକ ସଭାପତି ଅଶ୍ଵିନୀ ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଲା ପରେ ସାଧାରଣ ସଂପାଦକ ବିମଳ ସିଂ ଦଳପତି ବୈଠକର ଉଦ୍ଦେଶ୍ୟ ଉପରେ ସମ୍ୟକ ସୁଚନା ପ୍ରଦାନ କରିଥିଲେ । ପରେ ଅନୁଷ୍ଟିତ ବୈଠକରେ ସଂଘର ସଂଗଠନ କୁ ମଜବୁତ କରିବା ଦିଗରେ ଆଲୋକପାତ କରିଥିଲେ ।

ଏଥି ସାମ୍ଵାଦିକତା କ୍ଷେତ୍ର ରେ ସ୍ଵଚ୍ଚ୍ଥତା ଆଣିବା ପାଇଁ ଜାନ୍ ରେ କେବଳ କର୍ତର୍ବ୍ୟ ରତ ପ୍ରିଣ୍ଟ ଏବଂ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ଵାଦିକ ମାନକୁଂ ସଦସ୍ୟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କରୋନା ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜାନ୍ ସଂପାଦକ ବିମଳ ସିଂ ଦଳପତି ଙ୍କ ଧର୍ମପତ୍ନୀ ଅମୂଲ୍ୟମଣି ଦଳପତି ଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା ।

ଏ ଅବସରରେ ନୂତନ ସଭ୍ୟ ରୂପେ ଅଂଶୁମାନ ଶତପଥି ଏବଂ ମଲୟ କୁମାର ମଣ୍ଡଳ କୁଂ ଜାନ୍ ର ସଦସ୍ୟତା ଗ୍ରହଣ କରାଯାଇଥିଲା । ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ମହାଉତି, ଶୁଭ୍ରାଂଶୁ ନାୟକ, ବିକାଶ ଖରସେଲ, ସନ୍ତୋଷ ବାଗ, ସନ୍ତୋଷ ଦଣ୍ଡସେନା, ବୈକୁଣ୍ଠ ମେହେର, ପୁରୋହିତ ସୁନାନୀ , ରବିକାନ୍ତ ଠେଲା , ଯୁଗଳ କିଶୋର ଚଳାନ,ସଂଜୀବ ପାଣିଗ୍ରାହୀ, ସତ୍ୟବ୍ରତ ସାମଲ, ଦିଲିପ ପଣ୍ଡା , ବିଶିକେସନ ପଣ୍ଡା, ଅବଦରାମ ସାହୁ, ତାଳେଶ୍ଵର ଦେବାଙ୍ଗନ ଯୁଧିଷ୍ଠିର ପଟେଲ,ଶୋଭାରାମ ମହାନନ୍ଦଙ୍କ ସମେତ ୩୦ ରୁ ଉର୍ଦ୍ଧ୍ଵ ସାମ୍ଵାଦିକଗଣ ଉପସ୍ଥିତ ଥିଲେ ।

Comments are closed.