Odisha news

ଫାର୍ମାସିଷ୍ଟ ହତ୍ୟା ଘଟଣା ର ପର୍ଦାଫାଶ କଲା ଛତିଶଗଡ଼ ପୋଲିସ, ଜଣେ ନାବାଳକ ସହ ତିନି ହତ୍ୟା ଅଭିଯୁକ୍ତ ଗିରଫ

0
ନୂଆପଡା ଜିଲ୍ଳା ସଦର ମହାକୁମା ଏନ. ଏ. ସି ୱାର୍ଡ ସଂଖ୍ୟା ୧୧, ଶିବ ଶକ୍ତି ନଗର ସ୍ଥିତ ବାସ ଭବନ ରୁ ବାହାରି ଗତ ୮ ତାରିଖ ରୁ ନିଖୋଜ ଫାର୍ମାସିଷ୍ଟ ମାନସ ରଞ୍ଜନ ତ୍ରିପାଠୀ ଙ୍କ ମୃତଦେହ ପରଦିନ ଛତିଶଗଡ ରାଜ୍ୟ କୋମାଖାନ ଥାନା ଅନ୍ତର୍ଗତ କସେକେରା-ଟଙ୍ଗୋପାଣି ରାସ୍ତା ପାର୍ଶ୍ଵ ଚାଷ ଜମିରୁ ଟେପ ଯୋଗେ ମୁହଁ ହାତ ବନ୍ଧା ଅବସ୍ଥା ରେ ମିଳିଥିଲା। କୋମାଖାନ ପୋଲିସ (ଛତିଶଗଡ଼) ମୃତଦେହ ଉଦ୍ଧାର ପୂର୍ବକ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କୁ ହତ୍ୟା ରୂପରେ ଆଗେଇ ନେଇଥିଲା.। ଶବ ଉଦ୍ଧାର ର ୪୮ ଘଣ୍ଟା  ନ ପୂରୁଣୁ କୋମାଖାନ ପୋଲିସ  କୁ ସଫଳତା ମିଳିଛି। ପୋଲିସ ଘଟଣା ର ଛାନଭିନ କରି ମାନସ କୁ ହତ୍ୟା କରାଯାଇଥିବା ନେଇ ସୁରାକ ପାଇ ହତ୍ୟା ରେ ସମ୍ପୃକ୍ତ ମହୁଆଭଟା ର ଜଣେ ନାବାଳକ ଙ୍କ ସମେତ ନୂଆପଡା ଏନ. ଏ. ସି ୱାର୍ଡ ନଂ ୧୩ ମହୁଆଭଟା ର ଗଣପତ ଡନସେନା ପର୍ଶୁ ଡନସେନା ଓ ଗୋଡ଼ତର ୱାର୍ଡ ନଂ ୨ ର ସରୋଜ ଡନସେନା ଙ୍କୁ ଗିରଫ କରିବା ସହ ସେମାନଙ୍କ ଦ୍ୱାରା ହତ୍ୟା ପାଇଁ ବ୍ୟବହୃତ ଏକ ତଭେରା କାର ନମ୍ବର – ଓ ଡି -୨୬ ଏ – ୨୭୦୦ , ତିନଟି ମୋବାଇଲ ଫୋନ ଜବତ କରିବାସହ  ମୃତକ ଙ୍କ ବାଇକ ଓ ଔଷଧ ବେଗ ଉଦ୍ଧାର କରିଛି।ଆଜି ଅପରାହ୍ନ ରେ କୋମାଖାନ ପୋଲିସ ର ଟାଉନ ଇନ୍ସପେକ୍ଟର ନୀତେଶ ସିଂ ଠାକୁର ସଦଳ ବଳେ ମହୁଆଭଟା ରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ହତ୍ୟା ର ସିନେ ରିକ୍ରିଏସନ କରିଛି.। ଅଭିଯୁକ୍ତ ମାନେ ଟଙ୍କା ଲୁଟ  ଉଦ୍ଦେଶ୍ୟ ରେ ମାନସ କୁ ସୁଖସାଗର ନାମକ ଏକ ପରିତ୍ୟକ୍ତ ରେସଟୁରେଣ୍ଟ ନିକଟକୁ ଡାକି ସେଲୋଟେପ ଜରିଆରେ ମୁହଁ ହାତ ବାନ୍ଧି ଖୋକସା ମାଲିଭାଟା ଦେଇ ସୀମାନ୍ତ କୋମାଖାନ ଘଟଣାସ୍ଥଳ କୁ ନେଇ ଶ୍ୱାସ ରୁଦ୍ଧ କରି ମାରି ଫୋଫାଡ଼ି ଦେଇଥିବା ପ୍ରକାଶ କରିଥିଲେ। ତିନି ଅଭିଯୁକ୍ତଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ସହ ନାବାଳକ କୁ ବାଲ ସୁଧାର ଗୃହ ରେ ପେଶ କରାଯିବ ବୋଲି କୋମାଖାନ ପୋଲିସ ସୂତ୍ରରୁ ପ୍ରକାଶ।
Nalco
Leave A Reply