ଭାରତ ବିରୁଦ୍ଧରେ F -16 ବ୍ୟବହାର କରିବା ପାକିସ୍ତାନ କୁ ପଡିଗଲା କି ଭାରି ? ପହଁଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ -ପାକିସ୍ତାନ ମଧ୍ୟରେ ଉତେଜନା ଖୁବ ବୃଦ୍ଧି ପାଇଛି, ଏବଂ ଏହାର ପରିଣାମ ଗଲା ୭ ତାରିଖରୁ ଆମେ ଦେଖିବାକୁ ପାଉଛୁ l ପହଁଲଗାମ ଆକ୍ରମଣ ର ପ୍ରତିଶୋଧ ଭାବରେ ଭାରତ ମଇ ୭ତାରିଖ ଦିନ ମଧ୍ୟ ରାତ୍ରରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା, ଏବଂ ଏହା ର ଖୁବ ଅଧିକ କ୍ଷତି ପାକିସ୍ତାନ କୁ ସହିବାକୁ ପଡିଥିଲା l
ଇଣ୍ଡିଆନ ଏୟାର ଫୋର୍ସ ପୁନର୍ବାର ଆମେରିକା ନିର୍ମିତ F -16 ଫାଇଟର ଜେଟ କୁ ଧୂଳିସାତ କରିଥିଲା , ଏହା ପ୍ରଥମ ଥର ନୁହେଁ ଯେବେ ଭାରତୀୟ ବାୟୁ ସେନା ନିକଟରେ ଦୁନିଆର ସବୁଠୁ ଉନ୍ନତ ଫାଇଟର ଜେଟ F -16 ଧୂଳିସାତ ହୋଇଛି l ଭାରତୀୟ ସେନା ଏଭଳି ପରାକ୍ରମଃ ପୂର୍ବରୁ ମଧ୍ୟ ଦେଖାଇ ସାରିଛି l ଭାରତ ବିରୁଦ୍ଧରେ F -16 ର ବ୍ୟବହାର ଅନେକ ପ୍ରଶ୍ନ ତିଆରି କରିଛି l
କାହିଁକିନା ଆମେରିକା ପାକିସ୍ତାନ କୁ ଏହି ଫାଇଟର ଜେଟ ଏହି ସର୍ତ୍ତ ରେ ଦେଇଥିଲା ଯେ ଭାରତ ବିରୁଦ୍ଧରେ ଏହା ଯେପରି ବ୍ୟବହାର ନାକରେ ପାକିସ୍ତାନ l ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯଦି ପାକିସ୍ତାନ F -16 ବ୍ୟବହାର କରି କଣ ବଡ଼ ଭୁଲ କରିଦେଇଛି କି ? କଣ ଆମେରିକା F -16 କୁ ଫେରାଇ ନେବ କି ?
F -16 ହେଉଛି ପାକିସ୍ତାନ ଏୟାର ଫୋର୍ସ ର ମେରୁଦଣ୍ଡ, ପାକିସ୍ତାନ F -16 କିଣିବା ସମୟ ରେ ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତି ହୋଇଥିଲା l ଏବଂ ଏହି ଚୁକ୍ତି କୁ ‘ଏଣ୍ଡ ୟୁଜ ମନିଟରିଂ ଏଗ୍ରିମେଣ୍ଟ ‘କୁହାଯାଏ l ଏଥିରେ ସ୍ଥିର ହୋଇଥିଲା ଯେ ଏହି ଏଗ୍ରିମେଣ୍ଟ ଅନୁସାରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କେବଳ F -16 କୁ ବ୍ୟବହାର କରିବ l ଏହାକୁ ମିଲେଟରି ଅପରେସନ ରେ ବ୍ୟବହାର କରାଯିବ ନାହିଁ l ଆମେରିକା ଏହି ବିମାନ କୁ ଦେଖା ଚାହଁl କରିଥାଏ l
ବର୍ତମାନ ପ୍ରଶ୍ନ ଉଠୁଛି ଯେ କଣ ଆମେରିକା F -16 ଫେରାଇ ନେବ କି ? ଵାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନ F -16 ବିମାନ ଜରିଆରେ ଭାରତୀୟ ସୀମା ରେ ପଶିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ମିଗ -21 ପାକିସ୍ତାନ ର ଏହି ବିମାନ କୁ ଖସାଇ ଦେଇଥିଲେ l ଏହାପରେ ଭାରତ ଆମେରିକା ସମୁଖରେ ପାକିସ୍ତାନ ଦ୍ୱାରା F -16 ର ଦୁରୁପଯୋଗ ର ମାମଲା ଉଠାଇ ଥିଲା l ଏହାପରେ ଆମେରିକା ପାକିସ୍ତାନ କୁ ସତର୍କ କରିଥିଲା l ଯଦି ବର୍ତମାନ ଏହାର ସତ୍ୟତା ଭାରତ ଆମେରିକା ସମୁଖରେ ରଖିବାକୁ ସମର୍ଥ ହେଲା ତେବେ ଆମେରିକା ପାକିସ୍ତାନ ଉପରେ F -16 ବ୍ୟବହାରର ପ୍ରତିବନ୍ଧକ ଲଗାଇବ l