Odisha news

ବେଆଇନ ନିଶା ଦ୍ରବ୍ୟ ବିକ୍ରୀ ବିରୋଧ ରେ ମହିଳା ଅଣ୍ଟା ଭିଡ଼ିଲେ।                 

0

ନୂଆପଡ଼ା ଜିଲ୍ଲା ସଦର ମହକୁମା ର ୱାର୍ଡ଼ ନମ୍ବର ୧୨, ସିରତୋଲ ପ୍ରାଥମିକ ବିଦ୍ୟାଳୟ ନିକଟ ଜାତୀୟ ରାଜପଥ ୩୫୩ ପାର୍ଶ୍ଵ ରେ ଜୈନେକ୍ ମହିଳା ନିଶା ଦ୍ରବ୍ୟ ବିକ୍ରୀ କରି ପାରିପାର୍ଶ୍ବିକ ବାତାବରଣ ଦୂଷିତ କରୁଥିବା ର ଅଭିଯୋଗ ନୂଆପଡ଼ା ପୋଲିସ ଷ୍ଟେସନ ଓ ଜିଲ୍ଲା ଅବକାରୀ ଅଧିକ୍ଷକ କାର୍ଯ୍ୟାଳୟ ରେ ବାରମ୍ବାର କରିବା ସତ୍ତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଦ୍ୟାଳୟ ନିକଟ ରେ ନିଶା ଦ୍ରବ୍ୟ ବିକ୍ରୀ ନିଷେଧ ଥିବା ସତ୍ତ୍ବେ  ମହିଳା ଜଣକ ନିର୍ବାଧ ରେ ନିଶା ଦ୍ରବ୍ୟ ଯଥା ଦେଶୀ ଓ ବିଦେଶୀ ମଦ, କୋରେକ୍ସ, ଗୁଟଖା ପୁଡ଼ିଆ ବିକ୍ରୀ କରିବା ଆଶ୍ଚର୍ୟ୍ଯ ର କାରଣ, ଏହାକୁ କିଏ ପ୍ରୋତ୍ସାହିତ କରୁଛି ତଦନ୍ତ ସାପେକ୍ଷ। ଏଣୁ ବାରମମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ମହିଳା ଗୋଷ୍ଠି ନିଶା ଦ୍ରବ୍ୟ ବିକ୍ରୀ କରୁଥିବା ସ୍ଥାନ ରେ ତିଆରି କରିଥିବା ଅସ୍ଥାୟୀ କୁଡିଆ କୁ ଭାଙ୍ଗି ଦେଇଥିଲେ। ଏ ଘଟଣା ଉପରେ ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଧାରଣ ରେ ଦାବି ହେଉଛି।

Leave A Reply