Odisha news

ଏନଟିପିସି କଣିହାଁରେ ବିଶ୍ୱ ପରିବେଶ ଦିବସ

0

କଣିହାଁ,୭/୬ : କଣିହାଁସ୍ଥ ଏନଟିପିସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଏନଟିପିସି କଣିହାଁର ସିଜିଏମ ସୁଦିପ ନାଗ ଯୋଗଦେଇ ଦିବସର ମାହାତ୍ମ୍ୟ ସଂପର୍କରେ ଆଲୋକପାତ କରିବାସହ ପ୍ରଦୁଷଣ ମୁକ୍ତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।

ପରିବେଶ ସୁରକ୍ଷା ପାଇଁ ଏନଟିପିସି ପକ୍ଷରୁ ବିଭିନ୍ନ ପଦେକ୍ଷପ ଗ୍ରହଣ କରାଯାଉଥିବାବେଳେ ପରିବେଶ ସନ୍ତୁଳନ ପାଇଁ ଏନଟିପିସି ପ୍ଲାଂଟ ଭିତରେ ଓ ଚତୁଃପାଶ୍ୱର୍ରେ ୩୪ମିଲିୟନରରୁ ଉଦ୍ଧ୍ୱର୍ ଚାରାରୋପଣ କରିଥିବାବେଳେ ଏନଟିପିସି କଣିହାଁ ବର୍ଷ ଶେଷ ସୁଧା ୧୪.୬ଲକ୍ଷ ଚାରାରୋଣ କରିଛି ବୋଲି ସିଜିଏମ ଶ୍ରୀ ନାଗ ପ୍ରକାଶ କରିଥିଲେ । ସମସ୍ତ ଅଧିକାରୀ ଓ କର୍ମଚାରିଙ୍କୁ ନେଇ ଏନଟିପିସ ଷ୍ଟେଜ-୨ ଟାଉନସିପଠାରେ ଏକ ଫଳ •ରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

ପରେ ସିଜିଏମ ଶ୍ରୀ ନାଗ ପରିବେଶର ସୁରକ୍ଷା ପାଇଁ ଉପସ୍ଥିତ ଅଧିକାରୀ ଓ କର୍ମଚାରିଙ୍କୁ ନେଇ ଓଡିଆ, ହିନ୍ଦି ଓ ଇଂରାଜିରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନଟିପିସିର ଜିଏମ ଏନ.ଏସ.ରାଓ, ଜିଏମ କେ.କେ.ଦାସ, ବରିଷ୍ଠ ଅଧିକାରୀ, ବିଭିନ୍ନ ୟୁନିୟନ ଓ ଆସୋସିଏସନର ପ୍ରତିନିଧି, ସିଆଇଏସଏଫ ପଦାଧିକାରୀ, ବିଭିିନ୍ନ ସ୍କୁଲର ଛାତ୍ରଛାତ୍ରୀ, ତାନଭି ସଙ୍ଗମର କର୍ମକର୍ତା ଓ ଏନଟିପିସି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply