ଗଂଜାମ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ: ଜୁନ ୮ରୁ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ
ଛତ୍ରପୁର,୭/୬ : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ଭିଡିଓ କନଫରେନ୍ସିଂ କକ୍ଷରେ ଆୟୋଜିତ ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେ ଅଧ୍ୟକ୍ଷତାକରି ଜିଲ୍ଲାରେ ସୋମବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଠାରୁ ଆରମ୍ଭ ହେବ ବୋଲି ସେ କହିଥିଲେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତି ୱାର୍ଡ ଲାଗି ଗୋଟିଏ ଲେଖାଁଏ ୫ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ନିକଟ ବିଦ୍ୟାଳୟର ଜଣେ ଶିକ୍ଷକ ଏବଂ ସ୍ୱାସ୍ଥ୍ୟ ସୁପରଭାଇଜର୍ ରହିବେ । ଅପ୍ରେଲ ମାସରେ ପ୍ରଥମ ପର୍ଯ୍ୟାୟ ଜିଲ୍ଲାରେ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ତଥା ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ ।
ପ୍ରାୟ ୭ ଲକ୍ଷରୁ ଅଧିକା ପରିବାର ତଥା ୩୭ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ଯେଭଳି ଘରକୁ ଘର ବୁଲି ସ୍ୱାସ୍ଥ୍ୟଗତ ତଥ୍ୟ ଯାଞ୍ଚ କରିଥିଲେ ତାହା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କ ତାପମାତ୍ରା ଯାଞ୍ଚ କରିବା ପାଇଁ ଥର୍ମାମିଟର ପ୍ରଦାନ କରାଯିବ । ଏହି ପର୍ଯ୍ୟାୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କଲାବେଳେ ପ୍ରତ୍ୟେକ ଲୋକଙ୍କ ତାପମାତ୍ରାକୁ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଟିମ୍ ବାଧ୍ୟତାମୂଳକ ରହିବ । ଯେଉଁ ଲୋକର ତାପମାତ୍ରା ୧୦୦ ରହିବ । ତୁରନ୍ତ ଏହି ଟିମ୍ ଆର୍ଆର୍ ଟିମ୍କୁ ସୂଚନା ଦେବେ । ଆର୍ଆର୍ ଟିମ୍ର ଯାଞ୍ଚ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ସମ୍ବନ୍ଧୀୟ ରହୁଥିଲେ ମେଡିକାଲ ଅଫିସରଙ୍କ ଅବଗତ ପରେ ଉକ୍ତ ବ୍ୟକ୍ତିଙ୍କୁ କରୋନା କେୟାର ସେଣ୍ଟରକୁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଟିମ୍ କୌଣସି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସଙ୍ଗରୋଧ କେନ୍ଦ୍ରକୁ ଯିବେ ନାହିଁ । କେବଳ ସେମାନେ ଘରକୁ ଘର ବୁଲି ଏବଂ ଘରୋଇ ସଙ୍ଗରୋଧରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଏହି ଅଭିଯାନରେ ମେଡିକାଲ ଅଫିସରଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟ ଟିମ୍ ଯାଞ୍ଚ କରୁଛନ୍ତି କି ନାହିଁ ଅନୁଧ୍ୟାନ କରିବାକୁ ହେବ । ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଯାଞ୍ଚ ଟିମ୍ ଗୁଡିକୁ ସଂପୃକ୍ତ ବ୍ଲକ ବିଡିଓ ଏବଂ ସହରାଞ୍ଚଳରେ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ତଦାରଖ କରିବେ । ଏହି ଅଭିଯାନରେ ଟିକେ ହେଲେ ହେଳା କରିବା ତେବେ ଦୀର୍ଘଦିନ ଧରି କରୋନା ମୁକାବିଲା ପାଇଁ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ସମସ୍ତ ପରିଶ୍ରମ ବୃଥା ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗଂଜାମ ଜିଲ୍ଲ୍ା ପାଇଁ ଜୁନ୍ମାସ ଘଡିସନ୍ଧି ସମୟ । ଏଣୁ ଜିଲ୍ଲାରେ ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି । ଏହି ମାସର ପ୍ରତି ସପ୍ତାହର ଦୁଇଦିନ ଶନିବାର ଓ ରବିବାର ଜିଲ୍ଲା ସଂପୂର୍ଣ୍ଣ ସଟ୍ଡାଉନ୍ କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେଉଛି ସେହି ଅଞ୍ଚଳକୁ କଟକଣା କରାଯାଉଛି । ବିଶେଷ କରି ସେହି ଅଞ୍ଚଳର ଲୋକମାନଙ୍କ ସହିତ ମିଳାମିଶାକୁ ବାରଣ କରାଯାଇଛି ।
ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ ହେଉଛି । ଆମ୍ଭକୁ ଯେପରି ହେଲେ ଏହିମାସକୁ ଗୁରୁତ୍ୱ ସହ ମୁକାବିଲା କରିବାକୁ ହେବ । ବିଶେଷ କରି ଜିଲ୍ଲାକୁ ୨ ଲକ୍ଷରୁ ଅଧିକା ପ୍ରବାସୀ ଫେରି ସାରିଥିବାରୁ ଏହି ମାସଟି ଆମ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏଣୁ ସମସ୍ତେ ପ୍ରତିଟି ନିୟକମୁ ଯେପରି କଡାକଡି ପାଳନ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କୁହାଯାଇଛି । ତାହେଲେ ଗଞ୍ଜାମ ଜିଲ୍ଲା କରୋନା ଭୂତାଣୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିର ଏହି ବୈଠକରେ ଆଇଏଏସ୍ ଅଫିସର ପି.ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ସୁଦାମ ଚରଣ ମଣ୍ଡିଳ, ଜିଲ୍ଲା ରାଜସ୍ୱ ଅଧିକାରୀ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ ପଟ୍ଟନାୟକ, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ, ଡିଆରଏମ୍ଏଚି ଶକ୍ତି କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ ।