Odisha news

ହିନ୍ଦୁ ନାରୀ ମାନେ କାହିଁକି ବିବାହ ପରେ ନାକରେ ନୋଥ ପିନ୍ଧି ଥାଆନ୍ତି ? କଣ ରହିଛି ଏହା ପଛର ବିଶେଷ କରଣ

0
ନାରୀର ଷୋହଳ ଶୃଙ୍ଗାର ରସ ମଧ୍ୟରୁ ଗୋଟିଏ ହେଉଛି ନାକ ନୋଥ। ଏହାକୁ ପ୍ରତ୍ୟେକ ହିନ୍ଦୁ ନାରୀ ଧାରଣ କରି ଥାଆନ୍ତି । ଆପଣ ଏହାକୁ ଧାରଣ କରିବା ଦେଖିଥିବେ , କିନ୍ତୁ କଦାପି ଏହାକୁ ଧାରଣ କରିବା ପଛର କଣ ରହିଛି ବିଶେଷତା ହୁଏତ ଆପଣ ଠିକ୍ ଭାବରେ ଜାଣି ନଥିବେ । ହିନ୍ଦୁ ନାରୀ ନୋଥ ଧାରଣ କରିବା ପଛରେ ରହିଛି କିଛିଟା ବିଶେଷ କାରଣ ।
* ନୋଥ ହେଉଛି ସଧବା ନାରୀ ଙ୍କ ପ୍ରତୀକ ଅଟେ । ବିବାହ ପରେ ପ୍ରତ୍ୟେକ ସଧବା ନାରୀ ନିଜ ନାକରେ ନୋଥ ଧାରଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ଏବଂ ସ୍ଵାମୀଙ୍କ ଭାଗ୍ୟ ବଦଳି ଯାଇଥାଏ ।
* ହିନ୍ଦୁ ନାରୀ ଙ୍କ ପାଇଁ ନୋଥ ସୌଭାଗ୍ୟ ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ । ଏହା ଷୋହଳ ଶୃଙ୍ଗାର ର ଗୋଟିଏ ମୁଖ୍ୟ ଅଂଶ ଭାବରେ ଗ୍ରହଣ କରାଯାଇ ଥିବା କାରଣରୁ ପ୍ରତ୍ୟେକ ନାରୀ ବିବାହ ପରେ ନାକରେ ନୋଥ ଧାରଣ କରିବା ଆବଶ୍ୟକ ।
* ନାରୀ ଟିଏ ଯଦି ନୋଥ ନାକରେ ଧାରଣ କରିଥାଏ ତେବେ କୁହାଯାଏ ଯେ ସ୍ଵାମୀଙ୍କ ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଥାଏ । ପୁରାତନ ଆୟୁର୍ବେଦ ଅନୁସାରେ କୁହାଯାଏ ଯେ ନାକରେ କଣା କରି ନୋଥ ଧାରଣ କରିବା ଦ୍ୱାରା ଋତୁସ୍ରାବ ସମୟରେ କୌଣସି ଯନ୍ତ୍ରଣା ଅନୁଭବ ହୋଇ ନଥାଏ । ଏହା ସ୍ବାସ୍ଥ୍ୟ ଗତ ଅନେକ ଲାଭ ମିଳିଥାଏ ।
* ଆୟୁର୍ବେଦ ରେ ଆହୁରି ମଧ୍ୟ କୁହାଯାଇଛି ଯେ ନାକର ନୋଥ ର ପ୍ରଜନନ ସହିତ ଅନେକ ସମ୍ପର୍କ ରହିଛି । ନୋଥ ନାକରେ ପିନ୍ଧିବା ଦ୍ଵାରା ପ୍ରଜନନ ସମୟରେ କଷ୍ଟ ହୋଇ ନଥାଏ ।
* ଆଜିର ଦୁନିଆରେ ନୋଥ ଗୋଟିଏ ଫେଶନ ହୋଇ ଯାଇଛି । ତଥାପି ନୋଥ ଧାରଣ କରିବା ଦ୍ୱାରା କୁହାଯାଏ ମା ଲକ୍ଷ୍ମୀ ଙ୍କ କୃପା ନାରୀ ମାନଙ୍କ ଉପରେ ରହିଥାଏ । ନୋଥ ନାରୀ ର କେବଳ ସୌନ୍ଦର୍ଯ୍ୟ ପ୍ରତୀକ ନୁହେଁ , ଏହା ସଧବା ନାରୀ ର ଗର୍ବ ର ମଧ୍ୟ ପ୍ରତୀକ ଅଟେ ।
Leave A Reply