ଆମେ ଆମ ଜୀବନରେ ନୀତିଶାସ୍ତ୍ର କୁ ଖୁବ ଗୁରୁତ୍ୱ ଦେଇଥାଉ , କାରଣ ନୀତିଶାସ୍ତ୍ର ବିନା ମଣିଷ ଜୀବନ ମୂଲ୍ୟହୀନ ଅଟେ l ଆମେ ବେଳେବେଳେ ନିଜ ଜୀବନରେ ମଣିଷ ଚିହ୍ନିବାରେ ସାମାନ୍ୟ ଭୁଲ କରି ଦେଇଥାଉ l କିନ୍ତୁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ l ନୀତିଶାସ୍ତ୍ର ଅନୁସାରେ ବିଶ୍ୱାସଘାତକ ବ୍ୟକ୍ତି ଜାଣିବା ନିହାତି ଜରୁରୀ ଅଟେ l କାରଣ ଚିନ୍ତା ମିତ୍ରତା ରଖିବା ଆବଶ୍ୟକ l
* ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଆପଣଙ୍କ ପଦ ,ଗୁଣ ଓ ଧନରେ ପ୍ରଭାବିତ ହୋଇ ଆପଣଙ୍କ ସହିତ ବନ୍ଧୁତା କରି ଥାଆନ୍ତି ,ସେମାନଙ୍କ ସହିତ କେବେବି ବନ୍ଧୁତା କରିବା ଉଚିତ ନୁହେଁ l କାରଣ ଧନ ଓ ପ୍ରତିଷ୍ଠା ନଷ୍ଟ ହେବାପରେ ସେହି ବ୍ୟକ୍ତି ଆପଣଙ୍କ ସହ ବିଶ୍ୱାସ ଘାତକ କରିପାରେ l
* ଶାସ୍ତ୍ର ଅନୁସାରେ ଭଲ ବନ୍ଧୁକୁ କେବଳ ଖରାପ ସମୟରେ ଜାଣି ହୁଏ l ଅସୁବିଧା ସମୟରେ ବନ୍ଧୁ କେବେହେଲେ ଆପଣଙ୍କ ହାତ ଛାଡି ନଥାଏ l ଉପଯୁକ୍ତ ବନ୍ଧୁ ସବୁବେଳେ ସାହସ ଦେଇଥାଏ ଓ କଟୁ ଲାଗିଲେ ମଧ୍ୟ ଠିକ କଥା କୁହେ l ତେଣୁ ଖରାପ ସମୟରେ ପ୍ରକୃତ ବନ୍ଧୁ କୁ ଜାଣି ହୁଏ l
* ଶାସ୍ତ୍ର ଅନୁସାରେ ଖରାପ ଚରିତ୍ରର ସାଙ୍ଗ ଯିଏ ଅକାରଣେ ଅନ୍ୟ ମାନଙ୍କୁ କ୍ଷତି ପହଞ୍ଚାଇ ଥାଏ ,ସେହିଭଳି ବ୍ୟକ୍ତିକୁ କେବେବି ବନ୍ଧୁ କରିବା ଉଚିତ ନୁହେଁ l କୁହାଯାଏ ବ୍ୟକ୍ତି ଯେପରିକା ସାଙ୍ଗ ଦୋଷରେ ପଡିଥାଏ ତାହାର ପ୍ରଭାବ ସେହିଭଳି ପଡିଥାଏ l
Comments are closed.