Odisha news

ନୀତି ଶାସ୍ତ୍ର : ଘରର ମୁରବି ଏହିସବୁ କଥାକୁ ଅଣଦେଖା କରିବା ଉଚିତ ନୁହେଁ, ନଚେତ ହୋଇଯିବ ପରିବାର ନଷ୍ଟ

0

ଆମ ଜୀବନ ରେ ନୀତିଶାସ୍ତ୍ରର ଖୁବ ମହତ୍ୱ ରହିଛି l କାରଣ ଏହି ନୀତିଶାସ୍ତ୍ର ଦ୍ୱାରା ଆମ ଜୀବନର ଅନେକ ଗୁଡିଏ ଅସୁବିଧା ର ସମାଧାନ ହୋଇଥାଏ l ଶାସ୍ତ୍ର ଅନୁସାରେ ଘରର ମୁରବି ସର୍ବଦା ଘରର ଛାତ ଅଟେ l ଛାତଟିଏ ମୁଣ୍ଡ ଉପରେ ଥିଲେ ଯେପରି ସମ୍ପୂର୍ଣ ପରିବାର ତା ତଳେ ରହି ଏକତ୍ରିତ ହୋଇ ଥାଆନ୍ତି l ତାହା କେବଳ ଘରର ମୁଖିଆ ଙ୍କ ପାଇଁ ସମ୍ଭବ ଅଟେ l

* ସମ୍ପର୍କ ରେ ଦୃଢ଼ତା ରଖିବା ଉଚିତ :
ଘରର ମୁଖିଆ ସବୁବେଳେ ସମ୍ପର୍କୀୟ ଓ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ରଖିବା ଉଚିତ l ଯଦି ପରିବାରର ମୁଖିଆ ସମ୍ପର୍କ କୁ ନେଇ ସଚେତନ ହେବ ତେବେ ଯାଇ ନିଜ ସମ୍ପର୍କୀୟ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସୁନ୍ଦର ସମ୍ବନ୍ଧ ରହିବ l କାରଣ ଘରର ମୁରବି ଙ୍କ ନିକଟରୁ ତାଙ୍କ ପିଲାମାନେ ସମ୍ପର୍କ ରଖିବା ଶିଖି ଥାଆନ୍ତି l ଯାହା ତାଙ୍କୁ ସମାଜ ମଧ୍ୟରେ ପ୍ରତିଷ୍ଠା ପାଇବାରେ ମଧ୍ୟ ସାହାଯ୍ୟ କରେ l

* ଅନ୍ନ ର ଅପମାନ :
ଶାସ୍ତ୍ର ଅନୁସାରେ ସନ୍ତାନ ମାନେ ନିଜ ପରିବାର ନିକଟରୁ ଯାହା ଶିଖି ଥାଆନ୍ତି ତାହା ହିଁ କରନ୍ତି l ତେଣୁ ଘରର ମୁରବି ସବୁବେଳେ ଖାଦ୍ୟକୁ ସମ୍ମାନ କରିବା ଉଚିତ l ଯଦି ସନ୍ତାନ ମାନେ ନିଜ ମୁରବି ଙ୍କୁ ଖାଦ୍ୟର ଅପମାନ କରିବା ଦେଖିବେ ତେବେ ସେମାନେ ମଧ୍ୟ ସେଇଆ କରିବେ l ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ରେ ବାଧା ଆସିବ l ନିଜ ସନ୍ତାନ କୁ ଖାଦ୍ୟର ସମ୍ମାନ କରିବା ଶିଖାନ୍ତୁ l

* ଘର ସଦସ୍ୟ ମାନଙ୍କ ସହିତ ନିବିଡ଼ତା ରଖନ୍ତୁ  :
ଶାସ୍ତ୍ର ଅନୁସାରେ ଯଦି ଦେଶ, ରାଜ୍ୟ,ଓ ଗୃହ ର ମୁଖିଆ ଅନ୍ୟ ସଦସ୍ୟଙ୍କ ସହିତ ନିକଟତର ହୋଇ ତାଙ୍କର ଭଲମନ୍ଦ ବୁଝିବା ପାଇଁ ସକ୍ଷମ ହୋଇଥାଏ ତେବେ ସେହି ଦେଶ, ରାଜ୍ୟ ଓ ପରିବାର ରେ କଦାପି ଅସୁବିଧା ହୁଏ ନାହିଁ l ସେହିଭଳି ଘରର ମୁରବି ନିଜ ସନ୍ତାନ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ତାଙ୍କ ଭଲ ମନ୍ଦ ବୁଝିବା ଦ୍ୱାରା ଉଭୟଙ୍କ ମଧ୍ୟରେ ସ୍ନେହ ଓ ସମ୍ମାନ ବୃଦ୍ଧି ପାଇଥାଏ l ତା ସହିତ ଜୀବନ ରେ ଆଗକୁ ବଢିବାର ସାହସ ଯୋଗାଇ ଥାଏ l

* ସଂଚୟ କରିବା ଉଚିତ :
ଯଦି ସନ୍ତାନ ଟିଏ ଦେଖିଥାଏ ଯେ ତାର ପିତାମାତା ଅର୍ଥ ସଂଚୟ କରି ଆଗାମୀ ଭବିଷ୍ୟତ କୁ ସୁଖମୟ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଜଣେ ସନ୍ତାନ ଶିଖି ଥାଏ l କାରଣ ଶାସ୍ତ୍ର ଅନୁସାରେ ଅର୍ଥର ଅଭାବ ଠାରୁ ବଡ଼ ଅଭାବ କିଛି ନାହିଁ l ଯେପରି ଛୋଟ ଛୋଟ ବିନ୍ଦୁ ରେ ସମୁଦ୍ର ହୋଇଥାଏ ସେହିଭଳି ଛୋଟ ଛୋଟ ଅର୍ଥକୁ କାଟ କରି ଆମେ ବଡ ଲକ୍ଷ ପୁରାଣ କରି ପାରିବା l

Leave A Reply