ନୀତିଶାସ୍ତ୍ର : ପ୍ରତିଟି ଛାତ୍ରଛାତ୍ରୀ ନିଜ ଜୀବନ ରେ ଏହି ୪ଟି କଥାକୁ ଗୁରୁତ୍ୱ ଦେବା ଉଚିତ, ଯାହା ତାଙ୍କୁ ଜୀବନ ରେ ଗୋଟିଏ ସୁ ନାଗରିକ କରି ଗଢି ତୋଳିବ
ନୀତିଶାସ୍ତ୍ରରେ ଆମେ ଆମ ଜୀବନ ରେ ଘଟୁଥିବା ଛୋଟ ଛୋଟ ବିଭିନ୍ନ ଘଟଣା ଉପରେ ଆଲୋକ ପାତ କରିଥାଉ l ଯାହା ଆମକୁ ଜୀବନ ରେ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ l କାରଣ ନୀତିଶାସ୍ତ୍ର କହୁଛି ଯେ ଯଦି ଜଣେ ଗୋଟିଏ ଭଲ ଛାତ୍ର ହୋଇ ପାରିଲା ତେବେ ସେ ଦେଶର ଗୋଟିଏ ସୁ ନାଗରିକ ହୋଇ ପାରିବ l ତେଣୁ ନୀତିଶାସ୍ତ୍ର କହୁଛି ଛାତ୍ରଛାତ୍ରୀ ମାନେ ତାଙ୍କ ଜୀବନ ରେ ବିଶେଷ ଭାବରେ ୪ଟି କଥାକୁ ଗୁରୁତ୍ୱ ଦେବା ଆବଶ୍ୟକ l
୧) ସମୟାନୁବର୍ତ୍ତିତା :- ନୀତିଶାସ୍ତ୍ର କହୁଛି ଯେ ପ୍ରତ୍ୟେକ କାର୍ଯ୍ୟ କୁ କରିବା ପାଇଁ ସମୟ ନିର୍ଧାରିତ କରିବା ଉଚିତ l ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁଶାସନ ର ବିଶେଷ ମହତ୍ୱ ରହିବା ଆବଶ୍ୟକ l ଯେଉଁ ବିଦ୍ୟାର୍ଥୀ ମାନେ ଅନୁଶାସନ ଜୀବନ ଶୈଳୀ କୁ ଆପଣାଇ ଥାଆନ୍ତି ସେମାନଙ୍କୁ ଜୀବନ ରେ ଅଧିକ ସଫଳତା ମିଳିଥାଏ l ସମୟାନୁବର୍ତ୍ତିତା ସହିତ ଅନୁଶାସନ ମଧ୍ୟ ଆବଶ୍ୟକ l l ଅନୁଶାସନ ଭାବନା ସମୟ ପ୍ରତି ସତର୍କ କରାଇଥାଏ l
୨) ଆଜିର କାର୍ଯ୍ୟ କୁ ଆଜି ହିଁ ସମାଧାନ କରିବା ଉଚିତ :- ନୀତିଶାସ୍ତ୍ର ଅନୁସାରେ ଛାତ୍ର ଜୀବନ ର ସବୁଠୁ ବଡ଼ ଶତ୍ରୁ ହେଉଛି ଆଳସ୍ୟ l ତେଣୁ ଆଜିର କାର୍ଯ୍ୟକୁ କଦାପି କାଲି ପାଇଁ ଛାଡିବା ଉଚିତ ନୁହେଁ l ଗୋଟିଏ ସଫଳ ଛାତ୍ର ନିଜ ଜୀବନରେ ଆଲସ୍ୟକୁ ପରିତ୍ୟାଗ କରି ନିଜ ଲକ୍ଷରେ ପହଂଚିବା ଉଚିତ l ଯିଏ ଆଜିର କାମ କୁ କାଲି କୁ ଛାଡ଼ିବେ ତେବେ ଆପଣଙ୍କ ଜୀବନ ରେ ସଫଳତା କଦାପି ଆସିବ ନାହିଁ l
୩) କୁ ସଙ୍ଗ ରୁ ଦୁରେଇ ରୁହନ୍ତୁ :- ନୀତିଶାସ୍ତ୍ର ଅନୁସାରେ ଜଣେ ବିଦ୍ୟାର୍ଥୀ ନିଜ ଜୀବନ ରେ ସର୍ବଦା କୁସଙ୍ଗ ଠାରୁ ଦୁରେଇ ରହିବା ଉଚିତ l କାରଣ ଛାତ୍ର ଜୀବନ ର ଅଧପତନ କାରଣ ହେଉଛି କୁସଙ୍ଗ l ସେଥିପ୍ରତି ଛାତ୍ରଛାତ୍ରୀ ସତର୍କ ରହିବା ଉଚିତ l
୪) ଖରାପ ଅଭ୍ୟାସ ଠାରୁ ଦୁରେଇ ରୁହନ୍ତୁ :- ଶାସ୍ତ୍ରରେ ବର୍ଣନା ହୋଇଛି ବିଦ୍ୟାର୍ଥୀ ଜୀବନ ମୂଲ୍ୟବାନ ଅଟେ l ଏହାକୁ ଖରାପ ଜିନିଷ ଦ୍ୱାରା ନଷ୍ଟ କରିବା ଉଚିତ ନୁହେଁ l ବିଦ୍ୟାର୍ଥୀ ମାନେ ନିଶା ଠାରୁ ଦୁରେଇ ରହିବା ଉଚିତ l କାରଣ ନିଶା ଜୀବନ କୁ ନଷ୍ଟ କରି ଦେଇଥାଏ l
