ନିଶ୍ଚିନ୍ତକୋଇଲି ଥାନା ଅର୍ନ୍ତଗତ କଟିକଟା ବଜାର ମହାବୀର ଛକଠାରେ ଆଜି ପୂର୍ବାହ୍ନରେ ଟ୍ରକ୍ ଓ ଆକ୍ଟିଭା ମୁହାଁମୁହିଁ ଧକ୍୍କାରେ ଦୁଇ ଗୁରୁତର ଆହାତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଆଜି ସକାଳ ୯ଟା ସମୟରେ କଟକ ଚାନ୍ଦବାଲି ରାସ୍ତାର କଟିକଟା ବଜାର ମହାବୀର ଛକ ଠାରେ କଟିକଟା ପଞ୍ଚାୟତ ବ୍ରଜରାଜ ପାଟଣା ଗ୍ରାମର ଦୋଳଗୋବିନ୍ଦ ସାହୁଙ୍କ ଦୁଇପୁଅ ଆଶିଷ କୁମାର ସାହୁ ଓ ଅଶିତ୍ ଆଂଶୁମାନ ସାହୁ ଅସୁରେଶ୍ୱରରୁ ଏକ ସ୍କୁଟି ନଂ ଓଡି ୦୫ ଏଟି ୯୭୪୮ରେ ଘରକୁ ଫେରୁଥିବା ସମୟରେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ନଂ ଓଆର. ୧୯ଇ ୦୬୨୭ ଏକ କୋଇଲା ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇଜଣ ଗୁରୁତର ଆହାତ ହୋଇତଳେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଦମକଳ ଗାଡିରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ଉଦ୍ବେଗଜନକ ଥିବାରୁ ତାଙ୍କୁ କଟକ ବଡମେଡିକାଲକୁ ପଠାଯାଇଛି । ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚୀ ଦୁଇଗାଡିକୁ ଜବତ କରିବା ସହ ଏକ ମାମଲା ରୁଜ କରି ତଦନ୍ତ ଚଳାଇଥିବା ପୋଲିସ୍ ସୁତ୍ରରୁ ପ୍ରକାଶ । ଏଠାରେ ସୂଚନା ଥାଉକି ମହାବୀର ଛକ ନିକଟରେ କିଛି ବ୍ୟବସାୟୀ ସରକାରୀ ରାସ୍ତା ମାଡି ଅବରୋଧ କରି ବ୍ୟବସାୟ କରୁଥିବାରୁ ଅସୁରେଶ୍ୱର ଆଡୁ ଯେଉଁ ଗାଡି ଆସି କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ପହଞ୍ଚୀବା ବେଳେ ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରୁ ଆସୁଥିବା ଯାନ ବାହାନକୁ ଦେଖିପାରନ୍ତି ନାହିଁ । ଯାହାଫଳରେ ବହୁବାର ଏହିଛକରେ ଏହି ଭଳି ଦୁର୍ଘଟଣାଘଟି ବହୁ ଧନ ଜୀବନ ନଷ୍ଟହେବଉଥିବା ଦେଖିବାକୁ ମିଳୁଛି । ଏଥିପ୍ରତି କେନ୍ଦ୍ରାପଡା ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ , ନିଶ୍ଚିନ୍ତକୋଇଲି ତହସିଲଦାର ଓ ନିଶ୍ଚିନ୍ତକୋଇଳି ଥାନା ଆଇ.ଆଇ.ସି ଦୃଷ୍ଟି ଦେବା ସହ ଛକ ଉପରେ ଥିବା ଜବରଦଖଲକାରୀ ବ୍ୟବସାୟୀଙ୍କୁ ହଟାଇ ପାଇଁ ଜନସାଧାରଣ ଦାବୀ କରିଛନ୍ତି । ଯଦି ଜବରଦଖଲକାରୀଙ୍କୁ ୧ମାସ ମଧ୍ୟରେ ଉଚ୍ଛେଦ ନକରାଯାଏ ସ୍ଥାନୀୟ ଜନସାଧାରଣ କଟକ -ଚାନ୍ଦବାଲି ରାସ୍ତାକୁ ଅବରୋଧ କରିବେ ବୋଲି ସୂଚନା ଦେଇଛନ୍ତି ।