ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ଚାଳକ ଓ ଖଲାସୀ ବର୍ତି ଯାଇଥିଲେ । ସୂଚନା ମୁତାବକ ଏହି ଲୁହାପଥର ବୋଝେଇ ଟ୍ରକଟି ପାଣିକୋଇଲି ଠାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥର ୬ ଲେନ ରାସ୍ତା କାମ ଚାଲୁଥିବାରୁ ପିଚୁ ଠାରୁ ରାସ୍ତାକଡରୁ ତାଡି ଦିଆଯାଇଛି । ଟ୍ରକଟି ଯାଉଥିବା ବେଳେ ଅନ୍ୟ ଏକ ଗାଡି ଡାହାଣ ପଟେ ଓଭରଟେକ କରିବାରୁ ଟ୍ରକଟି ବାମ ପଟକୁ କାଟିଦେବାରୁ ଭାରାସମ୍ୟ ହରାଇ ରାସ୍ତାର ଖାଲ ତଳକୁ ଖସିପଡିବାରୁ ଓଲଟି ପଡିଥିଲା ।