Odisha news

୧୦ ଶାଗୁଆନ୍ ଗଣ୍ଡି ସହ ଟାଟା ଏସି ଜବତ

0

ଭଞ୍ଜନଗର : ୧୦ଟି ଶାଗୁଆନ୍ ଗଣ୍ଡି ସହ ଟାଟା ଏସି ଗାଡକୁ ଜବତ କରିଛି ବନ ବିଭାଗ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳର ରମ୍ଭା ସେକସନ୍ ଅନ୍ତର୍ଗତ ଭାଲିଙ୍କିଆ – ଖୁରୁଡୁଗୋଛା ମଝିରେ ଏକ ସଂରକ୍ଷିତ ଜଙ୍ଗଲରୁ କିଛି ଦୁର୍ବୃତ୍ତ ଶାଗୁଆନ୍ ଗଛ ହାଣି ତାର ଗଣ୍ଡିକୁ ଏକ ଟାଟା ଏସି ଗାଡିରେ ନେବାକୁ ଲୋଡ କରୁଥିବା ସଂପର୍କରେ ସୁଚନା ପାଇଁ ରମ୍ଭା ସେକସନ୍ ବନପାଳ ରାମେଶ୍ୱରୀ ସାହୁ ସଦଳବଳେ ଘଟଣାସ୍ଥଳରେ ଚଢାଉ କରିଥିଲେ । ଆଉ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରେ ଗାଡିକୁ ଛାଡିଦେଇ କାଠଚୋରମାନେ ଚମ୍ପଟ୍ ମାରିଥିଲେ । ଫଳରେ ବନପାଳ ସାହୁ ଟାଟା ଏସି ଗାଡି ସହ ଏଥିରେ ଲୋଡ ହୋଇଥିବା ୩ ଖଣ୍ଡ ଓ ଲୋଡ ହେବାକୁ ପାଖରେ ପଡିଥିବା ଅନ୍ୟ ୭ ଖଣ୍ଡ ସର୍ବମୋଟ ୧୦ ଖଣ୍ଡ ସାଗୁଆନ୍ ଗଣ୍ଡିକୁ ଜବତ କରି ମୁଜାଗଡ ରେଞ୍ଜକୁ ଆଣିଥିଲେ । ଏସଂପର୍କରେ ଏକ ମାମଲା ରୁଜୁ କରାଯାଇ ଗାଡିକୁ ଜବତ କରାଯାଇଥିବାବେଳେ ଖସି ଯାଇଥିବା କାଠଚୋରଙ୍କୁ ଧରିବାକୁ ବନ କର୍ମଚାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି । ଜବତ କାଠଗଣ୍ଡିର ମୂଲ୍ୟ ଆନୁମାନିକ ୭୦ ହଜାର ହେବବୋଲି ବନପାଳ ରାମେଶ୍ୱରୀ ସାହୁ ସୁଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ବୁଲୁ ନାୟକ, କିଷାନ୍ କୁମାର ମଲ୍ଲିକଙ୍କ ସମେତ ସ୍କାର୍ଡ ପିଲାଏଁ ଅଂଶଗ୍ରହଣ କରିଥିଲେ ।

Leave A Reply