Odisha news

ଟ୍ରକରୁ ଚୋରି ବ୍ୟାଟେରୀ ଓ ଯନ୍ତ୍ରାଂଶ ଉଦ୍ଧାର : ୩ ଗିରଫ.

0

ନିରାକାରପୁର, ୨୬/୬:  ଏକ ମାସ ତଳେ ବେଆଇନ ପଥର ଚୋରା ଚାଲାଣ ଅଭିଯୋଗରେ ନିରାକାରପୁର ପୋଲିସ ଏକ ଟ୍ରକକୁ ଜବତ କରିଥିଲା।ଜବତ ଟ୍ରକଟି ଥାନାରେ ଜବତ ହୋଇ ରହିବା ପରେ ଟ୍ରକକୁ ଗାଡି ମାଳିକ ମୁକୁଳାଇଥିଲେ। ମାଲିକ ଟ୍ରକକୁ ମୁକୁଳାଇ ନେବା ବେଳେ  ଗାଡ଼ି ଷ୍ଟାଟ   ନ ହେବା ରୁ ସେ ପାଖ ଗ୍ୟାରେଜ କୁ     ଟ୍ରକ୍ କୁ ତିଆରି କରିବା ପାଇଁ ଟ୍ରକ୍ ମାଲିକ ପଦ୍ମପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ ପାର୍କିଂ କରିଥିଲେ।ସୁଯୋଗ ଉଣ୍ଡି ଚୋରମାନେ ଟ୍ରକରୁ ବ୍ୟାଟେରୀ,ବେଲଚା,ଜଗ୍ ରେଚିଂ ଆଦି ଖୋଲି କରିନେଇ ଯାଇଥିଲେ।ଏ ନେଇ ନିରାକାରପୁର ଥାନାରେ ଟ୍ରକ୍ ମାଲିକ କରିଥିଲେ ଅଭିଯୋଗ କଲା ପରେ ନିରାକାରପୁର ପୋଲିସ ୩ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଚୋର ମାନେ ହେଲେ ନିରାକାର ପୁର ଥାନା ଖଜୁରିଆ ଗ୍ରାମର ମୁକ୍ତେଶ୍ୱର ପାଇକରାୟ,ଆଲୋକ କୁମାର ଦାସ ଓ ରାମେଶ୍ୱରର ହେମନ୍ତ ସାମଲ।ଚୋରଙ୍କ ନିକଟରୁ ଚୋରୀ ହୋଇଥିବା ଗାଡିର ସମସ୍ତ ଜିନିଷପତ୍ର ଉଦ୍ଧାର କରି ଗାଡି ମାଲିକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Leave A Reply