Odisha news

ଗୋଳବାଇ କାୟା ଗ୍ରାମ ନିକଟରେ ବନବିଭାଗର ଚଢ଼ାଉ : ବିପୁଳ କାଠ,କରତକଳ ସହିତ ଟ୍ରାକ୍ଟର ଜବତ ଅଭିଯୁକ୍ତ ଫେରାର।

0
ନିରାକାରପୁର, ୨୧/୬:   ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜ୍ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ କାୟା ଗ୍ରାମ ନିକଟ ଜଂଗଲରେ ବନବିଭାଗର ଅତର୍କିତ ଚଢାଉ ୫୦ ଘନ ଫୁଟ ମୁଳ୍ୟବାନ ଶାଗୁଆନ,ଶାଳ,ଶିଶୁ ଓ କଷି କାଠ ପଟା କରତକଳ ସମେତ କରତକଳରେ ବ୍ୟବହୃତ ଟ୍ରାକ୍ଟର ଜବତ ଆସାମୀ ନଈକୁ ଡେଇଁ ଫେରାର।ଟାଙ୍ଗୀ ରେଂଜ୍ ର କାୟା ନିକଟରେ ଥିବା ମଲାଗୁଣୀ ନଦୀ ପଠା ଜଂଗଲରେ ଚୋରା କାଠ କାରବାର ହେଉଥିବା ନେଇ ଖବର ପହଂଚିଥିଲା ବନ ବିଭାଗ ନିକଟରେ।ଚାଲିଥିବା ଚୋରା କରତକଳ ଉପରେ ତୁରନ୍ତ ବନ ବିଭାଗ କର୍ମଚାରୀ ମାନେ କରିଥିଲେ ମିଳିତ ଚଢାଉ।ଟାଙ୍ଗୀ ବନବିଭାଗ ନିର୍ଦ୍ଦେଶ ରେ ଭୂଷଣ୍ଡପୁର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ କାୟା ଗ୍ରାମ ଜଙ୍ଗଲରେ ଥିବା କରତକଳ ଉପରେ ଚଢ଼ାଉ କରି ୫୦ଘନଫୁଟ ମୂଲ୍ୟବାନ କାଠ ,କରତକଳ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି ବନ ବିଭାଗ।ଜବତ କାଠର ମୂଲ୍ୟ ଲକ୍ଷାଧୀକ ଟଙ୍କା ବୋଲି ଜଣା ପଡିଛି।ବନବିଭାଗ ର ଚଢ଼ାଉ ଦେଖି କାଠ ମାଫିଆ ଜଣଙ୍କ ମଲାଗୁଣୀ ନଦୀକୁ ଡେଇ ଫେରାର ହୋଇଥିବା ଜଣାପଡିଛି।
Nalco
Leave A Reply