ପୁରୀ: ପୁରୀ ରେଳ ଷ୍ଟେସନକୁ ଅତ୍ୟାଧୁନିକ ଓ ସୋନ୍ଦର୍ଯ୍ୟ କରଣ କରାଯାଇ ବିଶ୍ଵ ସ୍ତରୀୟ କରାଯିବ । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ୩୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାମ ୨୦୨୩ ସୁଦ୍ଧା ଦୁଇବର୍ଷ ମଧ୍ୟରେ ଶେଷ କରାଯିବ। ଏହା ପାଇଁ ଆବଶ୍ୟକୀୟ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ବୋଲି କହିଛନ୍ତି ପୁରୀ ରେଳ ଷ୍ଟେସନ ପରିଦର୍ଶନ ନିମନ୍ତେ ଆସି ଥିବା କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ। ଶ୍ରୀ
ବୈଷ୍ଣବ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ ପୁରୀକୁ ବିଶ୍ଵ ସ୍ତରୀୟ ଷ୍ଟେସନ ବିଲ୍ଡିଙ୍ଗ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଓଡ଼ିଶା ସ୍ଥାପତ୍ୟ କଳାକୁ ନଜର ରଖି ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ହେବ। ଯାତ୍ରୀ ମାନେ ବିଶ୍ରାମ ନେବା ପାଇଁ ୨୩୦ ଟି ବେଡ ସିଷ୍ଟମ ଡର୍ମିଟୋରି ନିର୍ମାଣ ହେବ। ସେହିପରି ୨୩ ଗୋଟି ଡବଲ ବେଡ ସିଷ୍ଟମ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ହେବ।
ଏଥିରେ ୬ ଗୋଟି ଇଲେକ୍ଟ୍ରିାଲ ଏସ୍କା ଲେଟର ମୁଭିଂ ଷ୍ଟେଆର କେସ ରହିବ। ସେହିପରି ୪ ଗୋଟି ଲିଫ୍ଟ ର ବ୍ୟବସ୍ଥା କରାଯାଇଛି।
୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଙ୍ଗ ହେବ ନିର୍ମାଣ। ପୁରୀରେ ଏୟାରପୋର୍ଟ ହେଉଥିବାରୁ ପୁରୀ ଭୂବନେଶ୍ବର ପାଇଁ ବିଶ୍ବ ସ୍ତରୀୟ ଟ୍ରେନ ଚଳାଚଳ କରାଯିବ। ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରେଳ ଷ୍ଟେସନ ପରିସରରେ ଅଧିକ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ ।
ଚଳିତ ବର୍ଷ ରଥ ଯାତ୍ରା ନିମନ୍ତେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରୋନାର ଦୁଇ ବର୍ଷ ପରେ ରଥ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁ ଭକ୍ତମାନେ ପୁରୀକୁ ଆସିବେ। ସେଥିପାଇଁ ୨୦୫ ଗୋଟି ସ୍ବତନ୍ତ୍ର ଟ୍ରେନ ଚାଲବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ମଧ୍ୟ ଯାତ୍ରୀ ମାନଙ୍କ ସୁବିଧା ପାଇଁ ମୋବାଇଲ ଇ ଟିକେଟ ର ବ୍ୟବସ୍ଥା କରାଯାଇଛି।
କରୋନା ଯୋଗୁଁ ବାତିଲ ହୋଇ ଥିବା ସମସ୍ତ ଟ୍ରେନ ପୂର୍ବଭଳି ଚାଲିବ। ରେଳ ଷ୍ଟେସନକୁ ସଫା ସୁତରା ରଖା ଯିବା ସହ ପାନୀୟ ଜଳ ଓ ଖାଦ୍ୟ ପଦାର୍ଥ ଫୁଡ କୋଡ ସ୍ଥାପନ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ଆଜିର ଏହି ପରିଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ମୁଖପାତ୍ର ସମ୍ବିତ କୁମାର ପାତ୍ରଙ୍କ ସମେତ ରେଳ ବିଭାଗର ବଶିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
