ନିରାକାରପୁର, ୨୧/୬: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ପଥର ଖଣିରେ କିଛିଦିନ ହେବ ଲଗାତର ଭାବରେ ପୋଲିସ ର ଜୋରଦାର ଚଢ଼ାଉ।ଜଂକିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଓ ରାୟମୂଳ ଅଂଚଳରେ ଚାଲୁଥିବା ବେଆଇନ ମାଙ୍କଡା ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଜଂକିଆ ପୋଲିସ ପକ୍ଷରୁ ବେଆଇନ ଖଣିରେ ଆଜି ଅତର୍କିତ ଚଢ଼ାଉ ହୋଇଛି।ଟାଙ୍କୋଳ ଓ ରାୟମୂଳ ଅଂଚଳରେ ଚାଲୂଥିବା ବେଆଇନ ଖଣିରେ ଚଢ଼ାଉ କରିଥିବା ବେଳେ ମାଫିଆମାନେ ଗାଡିଛାଡି ଦେଇଛନ୍ତି ଛତ୍ରଭଗଂ।ପୋଲିସ ରାୟମୂଳ ଖଣିରୁ ଗୋଟିଏ ଜେସିବି ଓ ଟାଙ୍କୋଳ ଖଣିରୁ ଗୋଟିଏ ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରି ଦୁଇ ଜଣ ଡ୍ରାଇଭର କୁ ଥାନାରେ ଅଟକ ରଖିଛି।ଗାଡି ଓ ଡ୍ରାଇଭର ନାମରେ ଏକ ମାମଲା ରୁଜୁ କରି ଡ୍ରାଇଭର ନ ମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।ଆଗକୁ ବେଆଇନ ଚାଲୁଥିବା ଖଣିରେ ଚଢାଉ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଜଂକିଆ ଥାନା ଅଧିକାରୀ ଅଧିକାରୀ ଦିଗବିଜୟ ବିଶ୍ୱାଳ।
