ନୂଆପଡା-୨୧/୬ : ବହୁତ ଦିନର ନୀରବତା ପରେ ପୁଣି ଲାଲବାହିନୀ ରକ୍ତର ହୋଲି ଖେଳି ନିଜ ଉପସ୍ଥିତି ଜାହିର କରିଦେଇଛନ୍ତି।ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାଟଧରା ଜଙ୍ଗଳରେ ମାଓବାଦୀ ଏବଂ ସିଆରପିଏଫ ଯବାନ ମଧ୍ୟରେ ଗୁଳି ବିନିମୟ। ଆଜି ପ୍ରାୟ ବାର ଟା ଅପରାହ୍ନ ସମୟ ରେ ଏମ୍ବୁଜ କରି ମାଓବାଦୀ ମାନେ ଆକ୍ରମଣ କରିଛନ୍ତି। ସିଆରପିଏଫ ଯବାନ ଦଳ ଜଙ୍ଗଲରେ ଆଗକୁ ଯାଉଥିବା ବେଳେ ପୂର୍ବରୁ ଛପି ବସି ଏମ୍ବୁଜ ଲଗାଇ ମାଓବାଦୀ ମାନେ ଆକ୍ରମଣ କରିବାକୁ ଜଗିବସିଥିଲେ। ମାଓବାଦୀ ଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ତିନି ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଶିଶୁପାଳ ସିଂ(୫୦) ଶିଵଲାଲ (୫0)ଏବଂ ଜଣେ କଷ୍ଟବଲ ଧର୍ମେନ୍ଦ୍ର କୁମାର (୩0) ମୃତ୍ୟୁ ବରଣ କରିଥିବା ଜଣାପଡିଅଛି। ଯବାନଙ୍କ ଶବ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଲୟରେ ପିଏମ ପାଇଁ ରଖା ଯାଇଛି।ଖବରଲେଖା ହେବା ଯାଏ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ।
