ନିରାକାରପୁର, ୧/୧:ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ପଞ୍ଚାୟତରେ ଦୀର୍ଘ ସପ୍ତାହଵ୍ୟାପୀ ଚାଲିଥିବା ଗୋଳବାଇ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି |ଏହି ମ୍ୟାଚରେ ମହାଦେବ ଫାଇଟର୍ସ ଓ ମା’ ଭଗବତୀ ୱାରୀୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ପ୍ରଥମେ ଟସ ଜିତି ମହାଦେବ ଫାଇଟର୍ସ ଦଳ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ଓଭରରେ ୦୬ଉଇକେଟ ବିନିମୟ ରେ ୧୩୧ରନ ସଂଗ୍ରହ କରିଥିଲା |ଏହାର ଜବାବରେ ମା’ ଭଗବତୀ ୱାରିୟର୍ସ ୧୨ଓଭର ୦୩ବଲ ଖେଳି ୪ ଉଇକେଟ ବିନିମୟରେ ମାତ୍ର ୧୩୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ଥିଲେ |ଫଳରେ ମା’ ଭଗବତୀ ୱାରିୟର୍ସ ଦଳ ଚଳିତ ବର୍ଷର ବିଜେତା ହୋଇଛି | ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମୁଖ୍ୟ ବକ୍ତା ବାସନ୍ତୀ ମହାପାତ୍ର ଯୋଗଦେଇ ଅଭିଭାଷଣ ଖେଳ ସୁନ୍ଦର ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା, ଏକାଗ୍ରତା ଏବଂ ଭାଇଚାରା ଭାବସୃଷ୍ଟି କରିବାସହ ଖେଳ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରମାକାନ୍ତ ଜେନା ଏବଂ ବିଶ୍ୱଦୀପ ପ୍ରଧାନ ଉପସ୍ଥିତ ଥିଲେ l ପରେ ଅନୁଷ୍ଠାନ ପକ୍ଷରୁ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫିସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ l ସହଯୋଗ କରିଥିଲେ ଗୌରବ ପ୍ରସାଦ ଦାସ,ସନ୍ତୋଷ କୁମାର ଶ୍ରୀଚନ୍ଦନ(ସନ୍ତୁ ), ମନୋଜ କୁମାର ଦାସ,ଗୌତମ ଏବଂ ପ୍ରସାଦ ଦାସ, ଉମେଶ ଦାସ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ | ଅଶୋକ କୁମାର ସାହୁ ଏବଂ ଅଭିଷେକ କଳସ ଖେଳକୁ ପରିଚାଳନା କରିଥିଲ l ମ୍ୟାନ ଅଫ ଦି ମ୍ୟାଚ ହେମନ୍ତ ବଳିୟାରସିଂ ମ୍ୟାନ ଅଫ ଦି ସିରିଜ ଜୀବନଜ୍ୟୋତି ଦଳେଇ ଭାବେ ସମ୍ବୋର୍ଦ୍ଧିତ କରାଯାଇଥିଲା |ଟୁର୍ନାମେଣ୍ଟ ରେ ଉତ୍ତମ ପ୍ରଦର୍ଶନ କରିଥିବା ସତ୍ୟବାନ ଶ୍ରୀଚନ୍ଦନ ଏବଂ ଲିପୁ ମହାପାତ୍ର ଙ୍କୁ ମଧ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା l ମଞ୍ଚ ପରିଚାଳନା କରିଥିଲେ କାହ୍ନୁ ଚରଣ ପରିଡା।