Odisha news

ଟ୍ରକ ଧକ୍କାରେ ଶଶୁର ମୃତ ଜ୍ବାଇଁ ଆହତ : ଟ୍ରକ ଜବତ

0
ନିରାକାରପୁର, ୨୨/୮: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ହଜ ପଂଚାୟତ କଲରାଝର ଗ୍ରାମର ଗୋବିନ୍ଦ ସୁବୁଦ୍ଧି (୬୦) ଓ ତାଙ୍କ ଜ୍ବାଇଁ ଭାଗିରଥି ବଳିଆରସିଂହ (୪୬) ମିଶି ଶଶୁର ଗୋବିନ୍ଦଙ୍କ ଆଖି ଦେଖାଇବାକୁ ଏକ ବାଇକ ଯୋଗେ ଭୁବନେଶ୍ୱର ଏକ ହସ୍ପିଟାଲ୍ କୁ ଯାଇଥିଲେ। ସେଠାରେ କାମ ଶେଷ କରି   କଲରାଝର   ଫେରୁଥିବାବେଳେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଛତ୍ରମା ଛକ ଓଭର ବ୍ରିଜ ନିକଟରେ ଅପରାହ୍ନ ୨.୪୫ ମିନିଟ ସମୟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୋବିନ୍ଦଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ  ଘଟଣାସ୍ଥଳରେ  ତାଙ୍କର ମୃତ୍ୟୁ ହୋଇଯାଇଥିବା। ଆହତ ଜ୍ବାଇଁ ଭାଗିରଥି ଙ୍କୁ ପୋଲିସ ଖୋରଧା ଚିକିତ୍ସା ପାଇଁ ନେଉଥବାବେକେ ଗୋବିନ୍ଦଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଦୁର୍ଘଟଣା ମାମଲା କେସ ନଂ ୧୯୨/୨୪ ରୁଜୁ କରି ତଦନ୍ତ କରୁଛି ବୋଲି ଆଇଆଇସି  କାହୁଁ ଚରଣ ସ୍ୱାଇଁ ଜଣାଇଛନ୍ତି। ଦୁର୍ଘଟଣା କରି ଫେରାର ଟ୍ରକ ନଂ ଓ ଆର ୦୬ ଏଚ ୬୧୯୧ କୁ ବଡ଼ପୋଖରିଆ ନିକଟରେ ସ୍ଥାନୀୟ ଲୋକ ଓ ନିରାକାରପୁର ପୋଲିସ ସହାୟତାରେ ଜବତ କରାଯାଇଛି।
Leave A Reply