ରାଜନଗର : ୧୮/୩ , ଗହୀରମଥା ସାମୁଦ୍ରିକ ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଟିମ୍ ଗୋଟିଏ ଟ୍ରଲର ଜବତ କରିବା ସହ ସେଥିରେ ଥିବା ୧୧ଜଣ ମତ୍ସ୍ୟଜିବୀଙ୍କୁ ଗିରଫକରିଛି। ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କ ନିର୍ଦ୍ଦଶେକ୍ରମେ ଏକକୂଳା ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ବରେ ବନବିଭାଗ ପାଟ୍ରୋଲିଂ ଟିମ୍ ବାବୁବାଲି ନିକଟରୁ ମା’ବନଦୁର୍ଗ। ନାମକ ଟ୍ରଲରକୁ ଜବତ କରିବା ସହ ଏଥିରେ ଥିବା ସୁବାଷ ଚନ୍ଦ୍ର ମଣ୍ଡଳ ଏସ୍.କେ.ଇସାରଫି, ଶ୍ରୀନାଥ ମଣ୍ଡଳ, କୁନା ସିଂ, ତପନ ମାଇତି, ବିଜୟ ସିଂ, ରାଖାଲ ସିଂ, ଶିବୁ ମାନା, ଦିଲ୍ଲୀପ ସାମ‘, ଭଗବାନ ଜାନା, ଶଙ୍କର୍ଷଣ ମଲ୍ଲିକ ପ୍ରମୁଖ ୧୧ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ଟ୍ରଲରରୁ ୨ଟି ଭିଏଚଏଫ, ଗୋଟିଏ ଜିପିଏସ, ଗୋଟିଏ ଫିସ୍ ଫାଇଣ୍ଡର, ୪ଟି ଟ୍ରଲିଂ ନେଟ ଜବତକରାଯାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ ଦଫା ୨୭, ୨୯, ୩୧ ଓ ୫୧ରେ ଗିରଫ କରାଯାଇକୋର୍ଟଚାଲାଣକରାଯାଇଛି।
ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଙ୍କ ନିର୍ଦ୍ଧେଶ କ୍ରମେ ସଜାଗ ବନ ବିଭାଗର କର୍ମଚାରି ଟ୍ରଲର କୁ ଜବତ କରିଥିଲେ।