Odisha news

ନୂଆ -ଓ ର ଭାଷା ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମର ତୃତୀୟ ଦିବସ 

0
ନିରାକାରପୁର,୧୯/୧: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ର ଭାଷା ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମର ତୃତୀୟ ଦିବସ ଆଜି ସମ୍ପର୍ଣ୍ଣ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତି ଆଧାରିତ କବିତା ଲିଖନ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ପୌରହିତ କରିଥିଲେ l ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ତ୍ରିଲୋଚନ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ବ୍ୟାକରଣ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ l ଅଧ୍ୟାପକ ଶ୍ରୀ ପ୍ରାଣେଶ୍ୱର ଜୟସିଂହ ମଞ୍ଚ ପରିଚାଳନା କରିଥିଲେ l
Leave A Reply