ନିରାକାରପୁର,୧୯/୧: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡ ପୁର ଫାଣ୍ଡି ନିକଟରେ ଚଳନ୍ତା ଯାତ୍ରୀ ଵାହୀ ଅଟୋ ରିକ୍ସା ଧକ୍କାରେ ଭାଙ୍ଗିରୁଜି ଚୂରମାର ହେଲା ଘର ଦୁଆରେ ଲାଗିଥିବା ସିମେଣ୍ଟ ଖୁଣ୍ଟ.।ଫଳରେ ଅଟୋ ଚାଳକ ମୃତ ଘଟିିଛ।ମୃତତ ଚାଳକଙ୍କ ନାମ ବିପ୍ଲବ ହାଲଦାର(୪୦) ବର୍ଷ। ଘର ଝାଟି ନୂଆଗାଁ ରେ।
ଆଜି ଅପରାହ୍ନ ୪ ଟା ସମୟରେ ଝାଟି ନୂଆଗାଁ ର ବିପ୍ଳବ ହାଲଦାର ନିଜ ଅଟୋ ରିକ୍ସା କାମ ସାରି ଘରକୁ ଖାଇବା ପାଇଁ ଫେରିଥିଲେ।ଘରେ ପତ୍ନୀ କୁ ଭାତ ଖାଇବା ପାଇଁ ମାଗିବା ସହ ହାତ ମୁହଁ ଧୋଇବା ପାଇଁ ବାଡ଼ି ପଟକୁ ଯାଇଥିଲେ।
ହାତ ମୁହଁ ଧୋଇ ସାରି ଖାଇବା ପାଇଁ ଯାଉଥିବା ବେଳେ ହଠାତ ଏକ ଫୋନ କଲ ଆସିବାରୁ ବିପ୍ଳବ ଅଟୋ ରିକ୍ସା ନେଇ ଘର ଠାରୁ କିଛି ଦୂର ଯାଇଥିବା ବେଳେ ଅଟୋ ରିକ୍ସା ଟି ଜଣେ ବ୍ୟକ୍ତିଙ୍କର ଦାଣ୍ଡ ଦୁଆରେ ଲାଗିଥିବା ସିମେଣ୍ଟ ଖୁଣ୍ଟ ସହ ଧକ୍କା ହୋଇଥିଲା। ଫଳରେ ସିମେଣ୍ଟ ଖୁଣ୍ଟ ଟି ଭାଙ୍ଗି ରୁଜି ଚୂରମାର ହୋଇ ଚାଳକ ବିପ୍ଳବ ଙ୍କ ଛାତି ଉପରେ ପଡ଼ି ଯାଇଥିଲା। ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ବିପ୍ଳବଙ୍କୁ ସିମେଣ୍ଟ ଖୁଣ୍ଟ ତଳୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରିଥିଲେ।ଏଠାରେ ଡ଼କ୍ଟର ବିପ୍ଳବକୁ ମୃତ ଘୋଷଣା କରିଛନ୍ତି. ପୋଲିସ ସବ ଜବତ କରି ତଦନ୍ତ କରୁଛି।