Odisha news

କଳା ପଲସର ଆତଙ୍କ : ଖଣ୍ଡାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର

0
ନିରାକାରପୁର,୨/୬: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କୋଲସାହି ନିକଟ ଗୋଳାପୋଖରୀ ଠାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ସୁନା ରୂପା ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ବ୍ୟାଗ ଲୁଟ୍ କରିନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ନିରାକାରପୁର ର ଗହଣା ବ୍ୟବସାୟୀ ସନ୍ତୋଷ କୁମାର ନାୟକ ତାଙ୍କ ସ୍କୁଟିରେ ବ୍ୟବସାୟ ଉଦ୍ଦେଶ୍ୟ ରେ ଯାଉଥିବା ବେଳେ ଉକ୍ତ ଯାଗାରେ ଦୁଇଜଣ ଯୁବକ ଏକ କଳା ପଲସର ରେ ଆସି ତାଙ୍କୁ ଅଟକାଇ ଏକ ଖଣ୍ଡାରେ ଆକ୍ରମଣ କରି ରୂପା ଅଳଙ୍କାର ବ୍ୟାଗ ଟି ଛଡାଇ ନେଇଥିଲେ।  ବ୍ୟାଗରେ ମୁଲ୍ୟବାନ ରୂପା ପାଉଁଜି, ଝୁଣ୍ଟିଆ ସମେତ ଏକ ୧୫ ଲକ୍ଷ ଟଙ୍କା ର ବାକି ଖାତା ଥିଲା ବୋଲି ସୂଚନା ଦେଇଛନ୍ତି ସନ୍ତୋଷ। ଟାଙ୍ଗୀ ହସପିଟାଲରେ ଚିକିତ୍ସା ହୋଇ ଆସିଲା ପରେ ଥାନାରେ  ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଦୁଇ ଜଣକୁ ଅଟକ ରଖି ନିରାକାରପୁର ପୋଲିସ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି। କିନ୍ତୁ ରିପୋର୍ଟ ଲେଖା ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଆଇଆଇସି ଗୀତାଞ୍ଜଳୀ ନାୟକ ଠାରୁ ସୂଚନା ମିଳିଛି।
Leave A Reply