ସାକ୍ଷୀଗୋପାଳ : ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ପୁଲିସ ଦ୍ବାରା ପ୍ରାୟ ୩୧ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବେପାରୀ କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ୧ ତାରିଖ ଗୁରୁବାର ଅପରାହ୍ନରେ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ନିଶା କାରବାର ସୂଚନା ପାଇ ସତ୍ୟବାଦୀ ଥାନା ର ସବ-ଇନ୍ସପେକ୍ଟର ଦୀପ୍ତିରଞ୍ଜନ ସାହୁ ଙ୍କ ନେତୃତରେ ଏକ ପୁଲିସ ଟୀମ ନିକଟସ୍ଥ ସାକ୍ଷୀଗୋପାଳ କଲେଜ ଛକ, ଅହମଦପୁର-ବାସୁକେରା ଓ ମନ୍ଦିର ବାଇପାସ ରୋଡରେ ଚଢାଉ କରି ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ଅର୍ଜୁନ ବେହେରା ପିତା-ଅରକ୍ଷିତ ବେହେରା ,ଗ୍ରାମ ବାସୁକେରା , ଥାନା-ସତ୍ୟବାଦୀ, ଜିଲ୍ଲା-ପୁରୀ କୁ ଥାନା କୁ ଆଣି ପଚରା ଉଚରା କରିବା ସମୟ ରେ ସେ ବ୍ରାଉନ ସୁଗାର ବେପାର ରେ ଲିପ୍ତ ରହିଥିବା କଥା ସ୍ଵୀକାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାର ତଲାସି
ନେବାରେ ଅଭିଯୁକ୍ତ ପାଖରୁ ୩୧ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରି ଥିଲା । ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ୍ ଟଙ୍କା ହେବ ।ସେ ବ୍ୟବହାର କରିଥିବା ଏକ ଟିଭିଏସ ସ୍କୁଟି ନମ୍ବର ଓଡ଼ି ୧୩ ଏସ ୮୯୭୬ ଓ ଏକ ମୋବାଇଲ, ନଗଦ ୧୦୯୦ ଟଙ୍କା ଓ ବ୍ରାଉନ ସୁଗାର ପୁଡିଆ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ଆଦି ଅର୍ଜୁନ ବେହେରା ଠାରୁ ଜବତ କରଯାଇଅଛି । ବେଆଇନ ନିଶା ଦ୍ରବ୍ୟ କାରବାର ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ୧୯୦/୨୩ ରୁଜୁକରାଯାଇ ତଦନ୍ତ ଜାରି ରହିଛି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।
ପୁରୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରେ ସତ୍ୟବାଦୀ ମନ୍ଦିର ପାନ୍ଥଶଳା ନିକଟରେ ଥିବା ଶୌଚାଳୟ ,ବକୁଳ ବନ ,ପଞ୍ଚସଖା ସାମଧିପୀଠ , କଲେଜ ଛକ ,ବସୁକେରା ରାସ୍ତା ,ଚନ୍ଦନ ପୋଖରୀ ଛକ ,ଆଦି ଅଞ୍ଚଳରେ ଖୁଲମ ଖୋଲା ଧଳା ଜହର କାରବାର ହେଉଥିବା ର ଅଭିଯୋଗ ହୋଇଥିଲା । ଆଗାମୀ ଦିନରେ ନିଶ। ମଫିଆଙ୍କ ବିରୁଦ୍ଧରେ ଚଢାଉ ଜୋରଦାର ଜାରି ରହିବା ସହ ଏହି କାରବାରରେ ଲିପ୍ତ ବ୍ୟକ୍ତି ମାନ ଙ୍କୁ ଶୀଘ୍ର ଧରାଯିବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ପ୍ରକାଶ କରିଛନ୍ତି ।