Odisha news

ଚିଲିକା ଖନନ ପାଇଁ ସାଂସଦ ଶୁଭ ଦେଲେ

0

ନିରାକାର ପୁର,୨୯/୪:  ଖୋର୍ଦ୍ଧା  ଜିଲ୍ଲା ଭୂଷଣ୍ଡପୁର ବାଲିପାଟପୁର ଅଂଚଳ ।ଚିଳିକା କୂଳରେ ଅବସ୍ଥିତ ଦୁଇଟି ଗ୍ରାମପଞ୍ଚାୟତ।ଅଧିକାଂଶ ଲୋକ ମସ୍ଛଜୀବୀ।ଚିଲିକା ହେଉଛି ଏହି ଅଂଚଳ ଲୋକଙ୍କ ଭାତହାଣ୍ଡି।ଚିଲିକାରୁ ମାଛ ମାରି କାଳକ୍ରମେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଚିଲିକା ପୋତି ହେବାରୁ ଡଗାଂ ଯାଇପାରୁନଥିଲା।ମସ୍ଛଜୀବୀ ମାନେ ନିଜର କୈ।ଳିକ ବୃତ୍ତି ଛାଡି ଦାଦନ ଭାବରେ ବିଦେଶକୁ ପଳାଉଥିଲେ। ଦୀର୍ଘ ଦଶନ୍ଧି ଧରି ଚିଲିକା ନାଳ ଖନନ ହେଉନଥିଲା।ଏ ସଂପର୍କରେ ସ୍ଥାନୀୟ ମସ୍ଛଜୀବୀ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇ ନିରାଶ ହୋଇଥିଲେ।ଫଳରେ ମସ୍ଛଜୀବୀ ମାନଙ୍କର କୁଳବେଉଷା ବୁଡିବାକୁ ବସିଥିଲା।ସ୍ଥାନୀୟ ଅଂଚଳର ମସ୍ଛଜୀବୀ ମାନେ ଭୂବନେଶ୍ୱର ସାସଂଦଙ୍କୁ ଅବଗତ କଲା ପରେ ଭୂବନେଶ୍ୱର ସାସଂଦ ୨୦୨୧ରେ ନିଜେ ଡଗାଂରେ ଚିଲିକା ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ଏବଂ ଚିଲିକା ର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେହିଦିନ ଠାରୁ ପ୍ରୟାସ ଜାରି ରଖିଥିଲେ।କିଛି ଦିନ ପୂର୍ବେ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନୂଆଦିଲ୍ଲୀ ଠାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ମାଦବଙ୍କୁ ସାକ୍ଷାତ କରି ଚିଲିକା ର ପୁନରୁଦ୍ଧାର, ନବୀକରଣ ଓ ଚିଲିକା ସଫେଇ ପାଇଁ ଅବଗତ କରାଇ ଅନୁଦାନ ମାଗିଥିଲେ।କେନ୍ଦ୍ର ସରକାର ଭୂବନେଶ୍ୱର ସାସଂଦଙ୍କ ଅନୁମୋଦନ କ୍ରମେ ୬କୋଟି ଟଙ୍କା ଅର୍ଥ ବ୍ୟୟବରାଦ କରିବା ପରେ ଆଜି ବାଲିପାଟପୁର ଜେଟି ନିକଟରେ ଚିଲିକା ନାଳ ଖନନ କାର୍ଯ୍ୟର ଶୁଭ ଉଦଘାଟନ ସହିତ ଚିଲିକା ର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି।ଭୂବନେଶ୍ୱର ସାସଂଦ ଉପସ୍ଥିତ ରହି ଚିଲିକା ନାଳ ଖନନ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି।

IEC 2 years
Leave A Reply