କେନ୍ଦୁଝର /ଘଟଗାଁ -: ଆଜକୁ ୬ଦିନ ଧରି ଘଟଗାଁ ପାଲା ମଣ୍ଡପ ବଜାର ସମେତ ବସ୍ ଷ୍ଟାଣ୍ଡ, ଶ୍ରୀରାମ ମାର୍କେଟ କମ୍ପ୍ଲେକ୍ସ ର ସଫେଇ କାର୍ଯ୍ୟ ବନ୍ଦ କରିଦେଇଥିଲେ ବଜାର ସଫେଇ ଦାୟିତ୍ଵ ନେଇଥିବା ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ। ଏ ଘଟଣା କୁ ନେଇ ବଜାରର ବ୍ୟବସାୟୀ, ଜନସାଧାରଣ ଓ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାରୁ ଆଜି ଘଟଗାଁ ସିଣ୍ଡିକେଟ ବସ୍ ମାଲିକ ସଂଘ ତରଫରୁ ଆଜି ମୁଖ୍ୟ ରାସ୍ତା କୁ ସଫା କରାଇଥିଲା।
ତେବେ ଏ ଘଟଣାର ଆରମ୍ଭ ଚଳିତ ମାସ ୨୧ ତାରିଖ ନିଲାମ କୁ ନେଇ ହୋଇଛି। ନିଲାମ ରେ ଅନଧିକୃତ ଜାଗାରୁ ବେଆଇନ ଆଦାୟ କୁ ସରକାରଙ୍କ ରୋକ୍ ଲାଗିବା ପରେ ସରପଞ୍ଚ ଆକ୍ରୋଶ ମୂଳକ ଭାବେ ନିଜର ବିବୃତ୍ତି ରଖି ” ମୋର ନିଲାମ ଆୟ ବନ୍ଦ ହେଲା ଏବେ ବଜାର ସଫେଇ, ଷ୍ଟ୍ରିଟ ଲାଇଟ୍, ଜଳ ଯୋଗାଣ ବନ୍ଦ ହେଇଯିବ” ମୌଖିକ ଭାବେ କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି।ଲୋକମାନେ ଦେଖିବା ଅନୁଯାୟୀ ପାଲା ମଣ୍ଡପ ଠାରେ ଜଣେ ଜଳଖିଆ ବ୍ୟବସାୟୀ ଯିଏ କି ସରପଞ୍ଚଙ୍କ ଜଣେ ନିକଟତର ସହଯୋଗୀ ସିଏ ଅଇଁଠା ପ୍ଲେଟ କୁ ଜାଣିଶୁଣି ବଜାର ଉପରେ ପକେଇ ଅଳିଆ କୁଢ଼ କରିବା ସରପଞ୍ଚ ଏଭଳି ଉକ୍ତି କୁ ଆହୁରି ଦୃଢୀଭୂତ କରୁଛି ଏବଂ ଠିକ୍ ତା ସହିତ ନିଲାମ ବନ୍ଦ ହେବା ପରଠାରୁ ହିଁ ଏକା ସାଙ୍ଗରେ ବଜାର ସଫେଇ ସହ ଘଟଗାଁ ଗ୍ରାମର ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ବନ୍ଦ ରହିବା ସରପଞ୍ଚଙ୍କ ରାଜନୈତିକ ଆକ୍ରୋଶ କୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରୁଛି।ତେବେ ଏସବୁ ପରିମଳ ସମସ୍ୟା ବଢିବାରୁ ସିଣ୍ଡିକେଟ ବସ୍ ମାଲିକ ସଂଘ ତୁରନ୍ତ ଆଜି ସକାଳୁ ହିଁ ସଫେଇ କର୍ମଚାରୀ ନିଯୁକ୍ତି କରି ବଜାର ଆରମ୍ଭରୁ ଶେଷ ଯାଏଁ ଘଟଗାଁ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବକୁ ସଫା କରିଥିଲେ। ଏହା ଦେଖି ଜନତାଙ୍କ ସମାଲୋଚନା ରୁ ବଞ୍ଚିବା ପାଇଁ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ତାଙ୍କ ସହଯୋଗୀ ଙ୍କୁ ଧରି ତରବରିଆ ଭାବେ ପାଲା ମଣ୍ଡପ ଚାରିପାଖ ଓ ବଜାର ସଫାକରିଥିଲେ।
ପଞ୍ଚାୟତ ପାଣ୍ଠି ରେ ୧୭ ଲକ୍ଷ ଗଚ୍ଛିତ ଥାଇ ମଧ୍ୟ ପାନୀୟ ଜଳ ଓ ପରିମଳ ସଫେଇ ଦିଗରେ ଏଭଳି ଜାଣି ଶୁଣି କୁଣ୍ଠା ବୋଧ କରି ଲୋକମାନଙ୍କୁ ହଇରାଣ କରିବା ସରପଞ୍ଚଙ୍କ ହୀନମନ୍ୟତା କୁ ପ୍ରକାଶିତ କରୁଛି ବୋଲି ବୁଦ୍ଧିଜୀବିମାନେ ମତ ଦେଇ ସରପଞ୍ଚ ଙ୍କ ଏଭଳି ଦ୍ବୈତ ଚରିତ୍ର କୁ “ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡ଼ିବା” ବୋଲି କହି ସମାଲୋଚନା କରିଛନ୍ତି