ନିରାକାର ପୁର/ ଭୁଷଣ୍ଡପୁର,୨୬/୨: ଜଣଙ୍କ ଘରୁ ସୁନାଅଳଙ୍କାର ନେଇଗଲେ , ଆଉ ଦୁଇ ଜଣଙ୍କ ଘରୁ ଚୋରି କରି ନ-ପାରି ଚୋର ଚମ୍ପଟ ଘରେ ପଶିଗଲେ ଚୋର , କବାଟ-ଗ୍ରୀଲ ଭାଙ୍ଗିଦେଲେ । ଜଣଙ୍କର ଘରୁ ସମସ୍ତ ସୁନା-ଅଳଙ୍କାର ନେଇ ଚମ୍ପଟ ମାରିଲେ ଚୋର ଓ ଆଉ ଦୁଇ ଜଣଙ୍କ ଘରେ ପଶିଲେ ଚୋର , କବାଟ-ଗ୍ରୀଲ ଭାଙ୍ଗିଲେ ହେଲେ ଚୋରି କରିବା ବେଳେ ଘରଲୋକ ଚେଇଁ ଉଠିବାରୁ ଚୋରି କରି-ନପାରି ଧରା ପଡିଯିବା ଭୟରେ ଚୋର ଚମ୍ପଟ ମାରିଛନ୍ତି । ଚୋରି ହୋଇଥିବା ସମସ୍ତ ସୁନା-ଅଳଙ୍କାର ର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ମଠ-ପାଟଣା ସାହିରେ ଏହି ଘଟଣା ଘଟିଛି । ଭୁଷଣ୍ଡପୁର ସ୍ଥିତ ମଠ-ପାଟଣା ସାହିର ଛେଳିଆ ବେହେରା ଓ ରବି ଦାସ ଙ୍କ କବାଟ-ଗ୍ରୀଲ ଭାଙ୍ଗିଲେ ଚୋର ମାତ୍ର ଧରାପଡିଯିବା ଭୟରେ ଫେରାର ହୋଇଗଲେ ଚୋର । ସେହି ସାହିର କାର୍ତ୍ତିକ ବେହେରା ଙ୍କର ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର । ଟାଙ୍ଗୀ-ଭୁଷଣ୍ଡପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଆଜକୁ ୨ ଦିନ ପୂର୍ବେ ଭୁଷଣ୍ଡପୁର ଅଞ୍ଚଳରେ ଥିବା ଗୋଟିଏ ପ୍ରସିଦ୍ଧ ଶୈବପୀଠ ଓ ୨ ଟି ଶକ୍ତି ପୀଠରେ ଚୋରମାନେ ପ୍ରବେଶ କରି ମନ୍ଦିର ହୁଣ୍ଡିରୁ ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି । ଗାଁ-ଗହଳିରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ହେଉ ନ-ଥିବା ଯୋଗୁଁ ଚୋର ମାନଙ୍କର ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
