Odisha news

କୁଶଭଦ୍ରା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜଦୁପୁର କୁ ହରାଇ ସୁନ୍ଦରଗ୍ରାମ ଚାମ୍ପିଅନ

0

ବାଲିପାଟଣା ୨୬/୦୨ :  ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳି ପୁର ସ୍ଥିତ କୁଶଭଦ୍ରା କ୍ରିକେଟ କ୍ଳବ ଆନୁକୁଲ୍ୟ ରେ ଚାଲୁଥିବା କ୍ରିକେଟ ଟୁର୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ଜଦୁପୁର କୁ ୬ ଉଇକେଟ ରେ ହରାଇ ସୁନ୍ଦର ଗ୍ରାମ ଚାମ୍ପିଅନ ହୋଇଛି । ଜଦୁପୁର ଟଚ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୪୨ ରନ କରିଥିବା ବେଳେ . ଜବାବ ରେ ସୁନ୍ଦର ଗ୍ରାମ ମାତ୍ର ୫ ଉଇକେଟ ହରାଇ ୧୪୫ ରନ କରି ଚାମ୍ପିଅନ ହୋଇଥିଲା ।

ଆଜିର ଫାଇନାଲ ମ୍ୟାଚ ରେ ସୁନ୍ଦର ଗ୍ରାମ ର ଏମ ଡି ସୁଲେମାନ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସୌରଭ ଦାସ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଏମ ଟି ବି ତରଫରୁ ଚାମ୍ପିଅନ ଦଳ କୁ ସିଲ ଓ ୨୦ ହଜାର ଟଙ୍କା ଓ ରନରସ ଦଳ କୁ ନିୟୁ ଡିଜାଇନ ତରଫରୁ କପ ଓ ୧୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ସ୍ଥାନିୟ ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା  ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦେବଦତ ପାତ୍ର , ଶଙ୍କର ସାହୁ , କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ । ଭୀମସେନ ମଣ୍ଡଳ ,କାହୁ ଚରଣ ବାରିକ ଖେଳ ପରିଚାଳନା କରିଥିଲେ ।

Nalco
Leave A Reply