Odisha news

ପାଳଗଦାରେ ନିଆଁ ଲାଗି ପୋଡିଗଲା ଦାମୀ କାର : ଥାନାରେ ଏତଲା

0

ନିରାକାରପୁର ,୧୬/୨: ଖୋର୍ଦ୍ଧା ନିରାକାରପୁର ଥାନା ବଡପୋଖରିଆ କଣ୍ଠପୁର ପାଟଣାରେ ପାଳ ଗଦାରେ ନିଆଁ ଲଗାଇଲେ ଦୁର୍ବୁର୍ତ୍ତ।ବୋଡଙ୍ଗରା ପାଟଣା ଗ୍ରାମର କୃଷ୍ଣ ସାହୁଙ୍କ କାରଟି ପୋଡିଯାଇଥିବା ଜଣାପଡିଛି।କୃଷ୍ଣ ସାହୁ କଣ୍ଠପୁର ଗ୍ରାମର ଦୟାନିଧି ସାହୁଙ୍କ ବାରିପଟେ ଗାଡିଟିକୁ ଥୋଇଥିଲେ। ଗତକାଲି ବିଳମ୍ବିତ ରାତିରେ କୈ।ଣସି ଦୁର୍ବୁତ୍ତ ନିଆଁ ଲଗାଇ ପୋଡିଦେଇଥିବା ଜଣାପଡିଛି।ନିଆଁ ଲାଗି ପାଳ ଗଦା ସହ ପୋଡି ପାଉଁଶ ହେଲା ଦାମୀ କାର।ପୋଡି ଯାଇଥିବା କାର୍ ଟି ହ୍ୟୁଣ୍ଡାଇ କମ୍ପାନୀର ହୋଇଥିବା ଜଣା ପଡିଛି।କେହି ଦୁର୍ବୁର୍ତ୍ତ ବିଳମ୍ବିତ ରାତିରେ କାର୍ କୁ ପୋଡିବା ପାଇଁ ପାଳଗଦାରେ ନିଆଁ ଲଗାଇଥିବା ଅନୁମାନ କରାଯାଇଛି।ଖଳା ବାଡିରେ ପାଳ ଗଦା ନିକଟରେ ରଖା ଯାଇଥିଲା ଦାମୀ କାର ପାଳଗଦାରେ ନିଆଁ ଲାଗି ପୋଡି ପାଉଁଶ ହୋଇଗଲା କାର।ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁକୁ କରିଛି ଆୟତ।ପୋଡି ଯାଇଥିବା କାର୍ ର ମୁଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି।ପୂର୍ବ ବିବାଦକୁ କେନ୍ଦ୍ର କରି କାରଟିକୁ ପୋଡିଦେଇଥିବା ଅନୁମାନ କରାଯାଉଛି। ଏ ନେଇ ନିରାକାରପୁର ଥାନା ରେ ଏକ ଅଭିଯୋଗ ହୋଇଛି।

Leave A Reply