Odisha news

ମଳିପଡା ରେ ଭୋଜିରୁ ମହାଭାରତ : ଦୁର୍ବୃତ୍ତ ବୋମିଂ କରି ଖଣ୍ଡାରେ ମଟରସାଇକେଲ ଓ ଅସବାପତ୍ର ହାଣିଲେ

0

ନିରାକାରପୁର, ୨୪/୧୨: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ରେ ଗତକାଲି ସାମାନ୍ୟ କଥା କଟାକଟି କୁ ନେଇ ମହାଭାରତ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ କି ମଳିପଡା ମା ଭଗବତୀଙ୍କ ପୀଠ ରେ କିଛି ବ୍ୟାଚ ମେଣ୍ଟ ତାଙ୍କର ବନ୍ଦୁ ମିଳନ କାର୍ଯ୍ୟକ୍ରମ କରିବା ସହ ଭୋଜିଭାତ ର ଆୟୋଜନ କରିଥିଲେ। ଉକ୍ତ ସମୟରେ ଉକ୍ତ ଅଞ୍ଚଳ ର କିଛି ଲୋକ ଭୋଜି କରୁଥିଲେ। ସେମାନେ ମଦ ପିଇ ଗାଳିଗୁଲଜ କରିବାରୁ ଏହାକୁ ବ୍ୟାଚ ଭୋଜି ରେ ଥିବା  ମଳିପଡା ର ଭାଗିରଥି ପାହାଡ଼ ସିଂହ ଏହାକୁ ବିରୋଧ କରି ପାଟିତୁଣ୍ଡ କୁ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ମାଡ଼ ପିଟ ହୋଇଥିଲା। ପରେ ସମସ୍ତେ ଘରକୁ ଯାଇଥିଲେ ଓ ଏହି ଘଟଣାର ଆପୋଷ ସମାଧାନ ଶନିବାର ହେବାର ଥିଲା। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ୮/୯ ଜଣ ବ୍ୟକ୍ତି ଆସି ଭାଗିରଥି ଙ୍କୁ ଗାଳିଗୁଲଜ କରିବା ସହିତ ୫/୬ ଟି ବମ ଘର ଆଗରେ ଫୁଟାଇଥିଲେ। ପରେ ଧରିଥିବା ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ସାହାଯ୍ୟରେ ଘରେ ପଶି ଘରର ବିଭିନ୍ନ ଘରକରଣା ଜିନିଷ, ଅସବପତ୍ର, ୱାସିଂ ମେସିନ, କୁଲର୍, ମଟର ସାଇକେଲ କୁ ହାଣି ନଷ୍ଟ କରିଦେଇ ଥିବାର ଥାନାରେ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ରେ ଭାଗିରଥି ଏକା ଧିକ ବ୍ୟକ୍ତିଙ୍କ ନାମ ଦେଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ଭାଗିରଥି ଚିକିତ୍ସା ପାଇଁ ପଠାଇ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଥିବା ଜଣାପଡିଛି।

Nalco
Leave A Reply