ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଇ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ ବୋଲେରୋ ସହ ବାଇକ ର ଧକ୍କା ହୋଇଛି l ଫଳରେ ଦୁଇ ବାଇକ ଆରୋହୀ ଙ୍କ ମଧ୍ୟରୁ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆସିକା ଉପଖଣ୍ଡ ମେଡ଼ିକାଲରେ ଭର୍ତି କରାଯାଇଛି l ମୃତ ବ୍ୟକ୍ତି ଜଣଙ୍କ ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳର ଶଶାଙ୍କ କୁମାର ଷଢଙ୍ଗୀ ଓ ଗୁରୁତର ଜଣ ଙ୍କ କାହ୍ନୁ ପଣ୍ଡା ଉଭୟେ ମୋଟର ସାଇକଲ ନଂଓ ଡି ୦-୨୫-୬୮୦୯ ରେ କୌଣସି କାର୍ଯ୍ୟାବଶତଃ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ଭେଟନଇ ଠାରେ ଅପରପଟୁ ଆସୁଥିବା ବୋଲେରୋ ନଂ ଓ ଆର୍ ୦୫- ଏ ଇ ୫୯୧୧ ତାଙ୍କୁ ଧକା ଦେଇଥିଲା l ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆସିକା ମେଡ଼ିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ସସାଙ୍କ ଙ୍କୁ ମୃତ୍ୟୁ ଘୋଷଣ କରିଛନ୍ତି l ସେପଟେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରି ତଦନ୍ତ ଚଳାଇଛି। ଘଟଣା ପରେ ବୋଲେରୋ ଡ୍ରାଇଭର ଚମ୍ପଟ ମାରିଚ୍ଛି ।ମୃତ ଶଶାଙ୍କ ଙ୍କ ସ୍ତ୍ରୀ ସରିତା ମିଶ୍ର ଙ୍କ ଅଭିଯୋଗ କୁ ନେଇ ଥାନାରେ କେଶ ନଂ ୯୨୧/୨୨ ରେ ମାମଲା ରୁଜୁ ହୋଇଛି ।
