Odisha news

ଛୋଟ ପିଲାଙ୍କ ଦୀର୍ଘଦିନର କାଶ ହୋଇପାରେ ନିମୋନିଆ ର କାରଣ : ଗବେଷକ ଙ୍କ ମତ

0

କାଶ ଅନେକ କାରଣରୁ ହୋଇଥାଏ , ଯେପରିକି ଋତୁର ପରିବର୍ତନ, ଜଳବାୟୁର ପରିବର୍ତ୍ତନ, ଜଳବାୟୁ ପ୍ରଦୂଷଣ, ଏଲର୍ଜୀ, ଇନଫେକ୍ସନ ଇତ୍ୟାଦି l ଯେତେବେଳେ ଛୋଟ ପିଲାଙ୍କ ନିକଟରେ ଦୀର୍ଘଦିନ ଧରି କାଶ ରହିଥାଏ, ଏହା ନିମୋନିଆ ରେ ପରିବର୍ତ୍ତନ ହୋଇଥାଏ l ଯଦି କୌଣସି ଶିଶୁ ଦୀର୍ଘଦିନ ଧରି କାଶରେ ପୀଡିତ ରହୁଛି, ତେବେ ଏହା ଫୁସଫୁସର ସଂକ୍ରମଣ ହୋଇଥାଏ l ଏହି ସଂକ୍ରମଣ କାରଣରୁ ଭାଇରସ, ବ୍ୟାକ୍ଟେରିଆ ହୋଇଥାଏ l ଯେତେବେଳେ ଶିଶୁଟି ଲଗାତାର କାଶି ଥାଏ ସେତେବେଳେ ଫୁସଫୁସ ଫୁଲି ଯାଇଥାଏ ଏହା ଗମ୍ଭୀର ସମସ୍ୟାର କାରଣ ହୋଇଥାଏ l

ନିମୋନିଆ ର ଲକ୍ଷଣ -:
– ଏପରିସ୍ଥିତି ରେ ପ୍ରଶ୍ୱାସ ନେବାର ଅସୁବିଧା ହୋଇଥାଏ l
– ଏହାଛଡା ଲଗାତାର ଜ୍ୱର ଆସିଥାଏ ଓ ଶରୀରରେ ଟେମ୍ପରେଚର ରହିଥାଏ l
– କାଶ ଲଗାତାର ହୋଇ ଧଇଁସଇଁ ଲାଗିଥାଏ l
– ଦେହ ଥରି ଦୁର୍ବଳ ଲାଗିଥାଏ l

ଛୋଟ ଶିଶୁ ମାନଙ୍କ ଆପଣାନ୍ତୁ ଏହି ଉପାୟ -:
* ଜାଇଫଳ ଓ ମହୁ –
ଜାଇଫଳ ରେ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଥାଏ , ଯାହା ଫୁସଫୁସ ର ଫୁଲାକୁ କମାଇବାରେ ସାହାଯ୍ୟ କରିଥାଏ l ମହୁ ରେ ଆଣ୍ଟି ଭାଇରଲ ଗୁଣ ରହିଛି ଯାହାକି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ଏହି ଦୁଇଟିକୁ ମିଶାଇ ସେବନ କରିବା ଦ୍ୱାରା ଗଳା ର ଫୁଲ କମି ଯାଇଥାଏ ଓ କାଶ ରୁ ଆରାମ ମିଳିଥାଏ l ପ୍ରତିଦିନ ଗୋଟିଏ ଚାମଚ ଜାଇଫଳ ପେଷ୍ଟ ରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ l ପିଲାଙ୍କୁ ଆରାମ ମିଳିବ l

* ଅଦା ଓ ମହୁ –
ସର୍ଦି କାଶ ଯୋଗୁଁ ପିଲାଙ୍କ ଇମ୍ୟୁନିଟି ଖୁବ ଦୁର୍ବଳ ହୋଇଯାଇ ଥାଏ l ଏପରିସ୍ଥିତି ରେ ଥଣ୍ଡା କାଶ ଖୁବ ଅଧିକ ପ୍ରଭାବିତ କରିଥାଏ l ତେଣୁ ଲଗାତାର କାଶରୁ ଆରମ୍ ଦେବା ପାଇଁ ପିଲାଙ୍କୁ ଅଦା ଓ ମହୁ ସେବନ କରିବାକୁ ଦିଅନ୍ତୁ l ଅଦା ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି l ଯାହାକି ସିଜନାଲ ଇନଫେକ୍ସନ ରୁ ରକ୍ଷା କରିଥାଏ l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଲାଙ୍କୁ ଅଦା ରସ ଓ ମହୁ ସେବନ କରନ୍ତୁ କାଶ ରୁ ଆରାମ ମିଳିବ l

Leave A Reply