Odisha news

ଧଳା ଜହର ଜବତ, ଜଣେ ଗିରଫ

0

ନିମାପଡା :  ପୁରୀ ଜିଲ୍ଲାର ନିମାପଡା ଅଞ୍ଚଳ ଚୋରା ନିଶା ବ୍ୟବସାୟୀ ଙ୍କ ଚରା ଭୁଇଁ ପାଲଟିଛି। ଗାଁ ଗହଳି ଠାରୁ ଆରମ୍ଭ କରି ଛକ ବଜାରରେ ଚୋରା ରେ ଦେଶୀ ବିଦେଶୀ ମଦ, ଗଂଜେଇ, ଅଫିମ, ବ୍ରାଉନ ସୁଗାର ପ୍ରବଳ ମାତ୍ରାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅବକାରୀ ଓ ପୁଲିସ ର ଧରପଗଡ଼ ନିଶା ବେପାର ରୋକିବାରେ ପର୍ଯ୍ୟାପ୍ତ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି। ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ନିରୀକ୍ଷକ  କମ୍ବୁପାଣୀ ସିନ୍ଦୂରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ବିଷ୍ଣୁପୁର ଗ୍ରାମରେ ଥିବା ସିଦ୍ଧେଶ୍ୱର  ମନ୍ଦିର ପଛପଟେ ଚଢ଼ାଉ କରି ଜଣେ ବ୍ୟକ୍ତି ଠାରୁ ଚୋରା ବ୍ରାଉନ ସୁଗାର ଜବତ କରି ଆସାମୀକୁ ଗିରଫ କରିଛନ୍ତି। ଗିରଫ ବ୍ରାଉନ ସୁଗାର ବ୍ୟବସାୟୀ ଜଣକ ଭରତ ସ୍ୱାଇଁ (୪୬)। ଭରତଙ୍କ ନିକଟରୁ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରି ନିମାପଡା ଅବକାରୀ ଥାନା କେସ ନଂ  ୬୯/୨୪-୨୫ ରେ କୋର୍ଟ ଚାଲାଣ କରାଯାଇଛି। ଅସମୀର ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଇ ଦିଆଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩,୫୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ।ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ଅବକାରୀ ଏଏସଆଇ ଜିତେନ୍ଦ୍ର କୁମାର ବେହେରା, କର୍ମଚାରୀ ତପନ କୁମାର ପ୍ରଧାନ, ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।

Leave A Reply