ଭଂଜନଗର – ଛଅମାସ ରୁ ଉର୍ଦ୍ଧ୍ବ ସମୟ ହେଲାଣି, ବାଘ ଭୟରେ, ଘୁମୁସରୀ ଗାଈ । ଗାଈ-ଗୋଠ ରେ ପଶୁଛି, ଟାଣିନେଇ ଗାଈଙ୍କୁ ମାରି ଖାଉଛି ବାଘ । ଅଭିଯୋଗ ହେଉଛି ଭଂଜନଗର ଉତ୍ତର ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ରେ ପ୍ରାୟ ପଚାଶରୁ ଉର୍ଦ୍ଧ ଗାଈଗୋରୁଙ୍କୁ ମାରି ଖାଇଲାଣି ବାଘ । ଘୁମୁସର ବନାଚଂଳ ଘଞ୍ଚ ଓ ଅଭୟ ଆଶ୍ରୟ ସ୍ଥଳୀ ହୋଇଥିବାରୁ, ଘୁରି ବୁଲୁଥିବା ବାଘକୁ ଗାଈ-ଗୋଠ ରୁ ସହଜରେ ମିଳିଯାଉଛି ଶୀକାର । କିନ୍ତୁ ସରକାରୀ ହିସାବରେ ବନବିଭାଗ କହୁଛି, ୧୭ ଟି ଗାଈ-ଗୋରୁ ଏବଂ ବାଛୁରୀ କୁ ବାଘ ଖାଇଛି । ଏହା ଭିତରେ ୧୫ ଜଣ ଗୋପାଳକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଛି ବନବିଭାଗ । ଚିନ୍ତାର ବିଷୟ, ଏଯାଏଁ ବିଭଗ ସ୍ପଷ୍ଟ କରୁନି, ବାଘର ଉପସ୍ଥିତି । ପାଦ ଚିହ୍ନ ଠାବ ହେଉଛି , ହେଲେ ଟ୍ରାପ୍ କ୍ୟିମେରା ରେ ଆସୁନି ବାଘ । ବନ ବିଭାଗ ଡାଳେ ଡାଳେ ଗଲେ, ସଂପୃକ୍ତ ବାଘ ପତ୍ରେ ପତ୍ରେ ଯାଉଛି । ଗୋଟିଏ ସ୍ଥାନରେ ଶିକାର କରିଦେଲେ, କିଛି ଦିନ ବ୍ୟବଧାନରେ ପରବର୍ତ୍ତୀ ଶିକାର କରୁଛି । ତାହାପୁଣି ପ୍ରତି ଶିକାର ସମୟରେ ସ୍ଥାନ ଏବଂ ତରିକା ବଦଳାଉଛି ବାଘ । ବନ କର୍ମଚାରୀ ମାନେ ଦିନ ରାତି ପେଟ୍ରୋଲିଂ କରୁଛନ୍ତି ସତ, କିନ୍ତୁ ତାଲିମ ବିହୀନ କିଛି କର୍ମଚାରୀଙ୍କୁ ନେଇ ଚତୁର ବାଘର ସନ୍ଧାନ ନେବାକୁ ଅସ୍ତ କରୁଛି ବିଭାଗ । ସେପଟେ ବାଘର ଘନଘନ ଉପଦ୍ରବ, ଶିକାର କୁ ନେଇ ଘୁମୁସର ଗୋପାଳକ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସନ୍ଦେହ କରୁଛନ୍ତି, ଗାଇଗୋରୁଙ୍କୁ ଆକ୍ରମଣ କରିଚଲିଥିବା ବାଘ, ହୁଏତ ଆସନ୍ତା ଦିନରେ ମଣିଷଙ୍କ ମଧ୍ୟ ଆକ୍ରମଣ କରିବା ଅସମ୍ଭବ ନୁହେଁ ବୋଲି, ଅଭିଯୋଗ କରୁଛନ୍ତି । ଆହୁରି ମଧ୍ୟ ଅଭିଯୋଗ ଉଠିଛି, ଗାଈ-ଗୋଠ ସ୍ଥାନରେ ସୋଲାର ଲାଇଟ୍ର ବ୍ୟବସ୍ଥା କିମ୍ବା ଆଲୋକୀକରଣ , ବନ୍ୟଜନ୍ତୁଙ୍କ ଖାଦ୍ୟ ଓ ଜଳ ଅଭାବ ରୋକାଯିବା, ଜଂଗଲ ତଳି ଗୋଚର ଅଂଚଳରେ ବନ ବିଭାଗ ଦ୍ବାରା ବନୀକରଣ କରି ଚାରା ରୋପଣ କରାଯାଉଥିବା ରୁ ଗାଇଗୋରୁଙ୍କ ଚାରଣରେ ଅସୁବିଧା ,ଗୋପାଳକଙ୍କୁ ଗୁହାଳ ପ୍ରଦାନ କରିବା, ଗୋଚର ଜମିର ଅଭାବ ଦୂର କରିବା, ଗୋବର ଓ କ୍ଷୀରର ବଜାରୀକରଣ କରିବା ଭଳି ପଦକ୍ଷେପ ଓ ନିରାକରଣ କରିବାକୁ ଘୁମୁସରୀ ଗୋସୁରକ୍ଷା ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି । ଗୋପାଳ ମାନେ ବାରମ୍ବାର ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ଦେଲେବି କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଜିଲ୍ଲାପାଳଙ୍କ ଅଧକ୍ଷତାରେ ପଶୁସମ୍ପଦ, ରାଜସ୍ବ, କୃଷି ଓ ପଂଚାୟତ ବିଭାଗ ସ୍ତରୀୟ ବୈଠକ ଡାକି ଗୋପାଳଙ୍କ ଦୀର୍ଘ ଦିନର ଦାବୀ ଶୁଣି ଘୁମୁସର ଗୋପାଳଙ୍କୁ ସହାୟତା କରାଯାଉ ବୋଲି ଦାବି ହେଉଛି ।