Odisha news

ଶିଶୁ ସୁରକ୍ଷା ସଂପର୍କିତ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

0

ନିମାପଡ଼ା,୬/୮ :  ପୁରୀ ଜିଲ୍ଲା ନିମାପଡା଼ ବ୍ଲକ୍ ପଂଚାୟତ ସମିତି ସଭାଗୃହରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, ନିମାପଡ଼ା ପଂଚାୟତ ସମିତି ଏବଂ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ମିଳିତ ସହଯୋଗରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ କ୍ରୀୟାଶୀଳ କରିବା ପାଇଁ ଏକ ବ୍ଲକ୍‌ସ୍ତରୀୟ ପ୍ରଶିକ୍ଷଣ
ଶିବିର  ଆଜି ଅନୁଷ୍ଠିତ ହୋଇଯାଇଛି । ସଂଯୋଗର ସଦସ୍ୟ ସଂପାଦିକା ଶ୍ରୀମତୀ ରିନୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ
ବିଦ୍ୟାଳୟ ଏବଂ ଗଣଶିକ୍ଷା  ମନ୍ତ୍ରୀ  ସମୀର ରଞ୍ଜନ ଦାଶ ଯୋଗଦେଇ ବ୍ଲକ୍‌ସ୍ତରରେ ଶିଶୁମାନଙ୍କର ସୁରକ୍ଷା ନିମନ୍ତେ ସମସ୍ତେ ସଚେତନ ତଥା ଯତ୍ନବାନ ହେବା ଆବଶ୍ୟକ
ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ,ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ରମାଶଙ୍କର ପାତ୍ର, ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୁଭନାରାୟଶ ଶତପଥି, ନିମାପଡ଼ା ବିଡ଼ିଓ ବସନ୍ତ କୁମାର ମଲ୍ଲିକ,  ବ୍ଲକ ଚିକିତ୍ସାଧିକାରୀ ଡ଼. ପ୍ରଶାନ୍ତ କୁମାର ସାମନ୍ତରାୟ,ରୁବି ରାଉତ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କୁମୁଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ ।ଶିଶୁ ଅଧିକାର ସୁରକ୍ଷା କର୍ମୀ ଡ଼. ବେଣୁଧର ସେନାପତି ବିଷୟ ବିଶାରଦ ଭାବେ ଯୋଗ ଦେଇ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦାୟିତ୍ଵ ଏବଂ କରତବ୍ୟ ସଂପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ତୃଣମୂଳସ୍ତରରେ ବାଲ୍ୟବିବାହ, ଶିଶୁଶ୍ରମିକ, ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ତଥା ବିପଦସଙ୍କୁଳରେ ଥିବା ଶିଶୁଙ୍କୁ ଚିହ୍ନଟ ଦିଗରେ ତ୍ଵରିତ କାର୍ଯ୍ୟକରିବା ପାଇଁ କମିଟିର ଦାୟିତ୍ଵ ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥ୍‌ ମାନଙ୍କ ଦ୍ଵାରା ବ୍ଲକ ଏବଂ ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର କର୍ମକରତାମାନଙ୍କ ନିମନ୍ତେ ସଂଯୋଗଦ୍ଵାରା ଓଡ଼ିଆରେ ପ୍ରକାଶିତ ଶିଶୁ, ଶିଶୁର ଅଧିକାର ଏବଂ ସୁରକ୍ଷା ସଂପର୍କିତ ଏକ ପୋଷ୍ଟର ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ୍‌ର ୩୨ଟି ପଂଚାୟତର ସରପଂଚ,ସମନ୍ବିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ସୁପରଭାଇଜର ତଥା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଗ ମଣ୍ଡଳ ରୂପାଲୀ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀ ଶୁଭନାରାୟଶ ଶତପଥ୍ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply