Odisha news

ନିମ୍ନମାନର କାମ ଯୋଗୁଁ ଚାଷୀଙ୍କ ହିତରେ ଆସୁନି ଚେକ ଡ୍ୟାମ

0

ନିମାପଡା :ଚାଷ ଓ ଚାଷୀର ଉନ୍ନତି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି ।ତେବେ ଏହି ସବୁ ଯୋଜନାର ସୁଫଳ ପାଇବାରୁ ଚାଷୀ ବଂଚିତ ହୋଇଆସୁଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି ।

ଏହାର ଜ୍ୱଳନ୍ତ ଉଦାହରଣ ନିମାପଡା ବ୍ଲକ ଅଂଚଳର ସଫେଇ ନାଳ ଉପରେ ହୋଇଥିବା ଚେକ ଡ୍ୟାମରୁ ସ୍ପଷ୍ଟ ବୁଝାପଡୁଛି ।ଏହି ବ୍ଲକର ଛଣିଜଙ୍ଗ,ତମ୍ପାଳୋ ,ଭୋଦର ଆଦି ପଂଚାୟତରେ ଥିବା ସଫେଇ ନାଳ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଚେକ ଡ୍ୟାମ ନିର୍ମାଣ ହୋଇଛି ।ନାଳରେ ଆସୁଥିବା ପାଣିକୁ ଚେକ ଡ୍ୟାମ ମାଧ୍ୟମରେ ଅଟକ ରଖି ଚାଷଜମିକୁ ଜଳପ୍ଲାବିତ କରିବା ଏହି ସବୁଚେକ ଡ୍ୟାମ ନିର୍ମାଣ ହେବାର ମୁଖ୍ୟ ଉଦେ୍ଧଶ୍ୟ ହୋଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଚାଷୀଙ୍କ ହିତରେ ଆସୁନଥିବା ଅଭିଯୋଗ ହେଉଛି ।

ଛଣିଜଙ୍ଗ କେଉଟଶାଳଦା ଓ ତମ୍ପାଳୋ ଛକ ନିକଟରେ ଯାଇଥିବା ସଫେଇ ନାଳ ଉପରେ ୫ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଚେକ ଡ୍ୟାମ ନିର୍ମାଣ ହୋଇଥିଲା ।ତେବେ ସଠିକ ପ୍ଲାନିଙ୍ଗ କରାନଯାଇ ଚେକଡ୍ୟାମ ନିର୍ମାଣ ସାଙ୍ଗକୁ ନିମ୍ନମାନର କାର୍ଯ୍ୟ ଯୋଗୁଁ କାମ ସରିବାର ଗୋଟିଏ ବର୍ଷ ପରେ ଲୁହା ପ୍ଲେଟରେ କଳଙ୍ଗି ଲାଗି ସବୁ ନଷ୍ଟ ହୋଇଯିବାରୁ ତାହା ଆଉ କାମରେ ଆସୁନି ।ନିମ୍ନମାନର କାର୍ଯ୍ୟ ଯୋଗୁଁ ଚେକ ଡ୍ୟାମ ଗୁଡିକ ଭାଙ୍ଗିରୁଜି ପଡି ରହିଥିବାରୁ ଚାଷ କାର୍ଯ୍ୟପାଇଁ ଆବଶ୍ୟକ ସମୟରେ ଜମିକୁ ପାଣି ଯୋଗାଇ ପାରୁନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ସବୁ ଶୁଖିଲା ପଡୁଥିବା ଚାଷୀ ସୁବାଷ ବାରିକ,ବଳରାମ ନାୟକ,ସୁରେଶ ମହାନ୍ତି,ଭୀମସେନ ନାୟକ,ବିରଚିଂ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି

Leave A Reply