Odisha news

ନିମାପଡା : ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ବନ୍ଦକୁ ନେଇ ଅସନ୍ତୋଷ

0

ନିମାପଡା :ନିମାପଡା ବ୍ଲକ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଗୋଟିଏ ଫାଟକ ବନ୍ଦ ରହିବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଆଗପଛ ହୋଇ ତିନୋଟି ଗ୍ରୀଲ ଗେଟ ରହିଛି ।ଏହି ତିନୋଟି ଗେଟ ସବୁସମୟରେ ଖୋଲା ରହିଥାଏ ।

ତେବେ ୧ମାସରୁ ଉଦ୍ଧ୍ୱର୍ ହେବ କରୋନା ସଂକ୍ରମଣ ଆଶଙ୍କା ଆଳରେ ୩ଟି ଗେଟ ମଧ୍ୟରୁ ଗୋଟିଏ ଗେଟରେ ସବୁଦିନ ଭୋରୁ ଦିନ ୧୨ଟା ପର୍ଯ୍ୟନ୍ତ ତାଲା ପଡୁଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ମୁଖ୍ୟ ଗେଟ ଉପରେ ଯାତାୟତ ପାଇଁ ନିର୍ଭର କରିଆସୁଛନ୍ତି ।ଫଳରେ ମୁଖ୍ୟ ଗେଟ ପାଖରେ ପ୍ରବଳ ଭିଡ ଜମୁଥିବାରୁ ସାମାଜିକ ଦୂରତା ରହୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।ଏପରିକି ସକାଳୁ ଦିନ ୧୨ଟା ମଧ୍ୟରେ ଆମ୍ବୁଲାନ୍ସ ମୁଖ୍ୟ ଗେଟରେ ଲାଗି ରହିଥିବା ଗହଳି ଦେଇ ରୋଗୀଙ୍କୁ ଷ୍ଟ୍ରେଚରରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଅଣା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ସ୍ୱାସ୍ଥ୍ୟକେନ୍ଦ୍ରର ସବୁ ଗେଟ ଏକ ସଙ୍ଗେ ଖୋଲା ରହିଲେ ରୋଗୀ ଗୋଟିଏ ପଟେ ଆସି ଅନ୍ୟ ଗେଟ ଦେଇ ଯାଇପାରିବେ ।

ଯାହାଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ର ଭିତର ଗହଳି କମିବ ।କରୋନା ସଂକ୍ରମଣ ଆଶଙ୍କା ବାହାନା କରି  ଅଯଥାରେ  ମେଡିକାଲ ଇନଚାର୍ଜ ଉକ୍ତ ଗେଟଟିକୁ ବନ୍ଦ କରି ରୋଗୀଙ୍କୁ ହଇରାଣ କରି ଆସୁଥିବା ସ୍ଥାନୀୟ ବାସିନ୍ଦା ତାପସ କୁମାର ଗୋଚ୍ଛାୟତ,ନିରଂଜନ ବେହେରା,ସେରେନ୍ଦ୍ର ବେହେରା,ପ୍ରଦୀପ ଭୋଇ,ପ୍ରଦୀପ୍ତ କୁମାର ଦାଶ,ବୁଲୁ ମୁଦୁଲି,ସୁନା ଭୋଇ,ଅଜୟ ଦାସ,ବିଜୟ ଦାସ,କୋକିଳ ଭୋଇ,ଅଶୋକ କାଣ୍ଡି ପ୍ରମୁଖ ଅଭିଯୋଗ କରିବା ସହିତ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଉକ୍ତ ଗେଟକୁ ସବୁବେଳେ ଖୋଲା ରଖିବାକୁ ଏସଂପର୍କରେ ଓଡିଶା ରାଜ୍ୟପାଳଙ୍କ ନିକଟକୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଏସଂପର୍କରେ ମେଡିକାଲ ଇନଚାର୍ଜ ଡାକ୍ତର ପିକେ ସାମନ୍ତରାୟଙ୍କୁ ପଚାରିବାରେ ସ୍ୱାସ୍ଥ୍ୟକେନ୍ଦ୍ରର ତିନୋଟି  ଗେଟ ରହିଛି ।କୋଭିଡ-୧୯କୁ ନେଇ  ସବୁ ଗେଟ ଖୋଲା ରହିଲେ ରୋଗୀ ମାନେ ପ୍ରତ୍ୟକ ଗେଟରେ ଭିତରକୁ ପ୍ରବେଶ କରି ଭିଡ ଜମାଇବେ  ।ତଦ୍ୱାରା ସାମାଜିକ ଦୂରତା ରହିବ ନାହିଁ ।ତେଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରତ୍ୟହ ଭୋରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ଗେଟ ବନ୍ଦ କରାଯାଉଛି,ଦିନ ୧୨ଟା ପରେ ପୁଣି ଉକ୍ତ ଗେଟକୁ ପୁରା ଖୋଲି ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି

Leave A Reply