ନିମାପଡା ସବ୍ଜେଲର ଗେଟ ବାହାରେ ଶ୍ରମିକ ସାଜି କାମ କରୁଛନ୍ତି କଏଦୀ,ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ,ସବ୍ଜେଲର କହିଲେ କାମ କରିବା ଜେଲ ମାନୁଆଲରେ ରହିଛି ।
ନିମାପଡା,୯ା୮ା :ଜେଲ ଭିତରେ ନୁହେଁ,ଖୋଦ୍ ନିମାପଡା ସବ୍ଜେଲର ପ୍ରାଚେରୀ ବାହାରେ ୨ଜଣ ବିଚାରଧିନ କଏଦୀ ଆଜି ସକାଳେ ଅନାବନା ଘାସ ଓ ଛୋଟ ଛୋଟ ଗଛ କାଟୁଥିବାର ଦୃଶ୍ୟ କ୍ୟାମେରାରେ କଏଦୀ ହୋଇଛି ।ତେବେ କଏଦୀଙ୍କୁ ଜଗିବା ପାଇଁ ଜଣେ ଜେଲ କର୍ମଚାରୀ ଥିବା ଦେଖିବାକୁ ମିଳିଛି ।କରୋନା ମହାମାରୀ ସମୟରେ କାହା ନିର୍ଦେଶରେ ଜେଲ ଭିତରୁ କାହିଁକି ୨ଜଣ ବିଚାରଧିନ କଏଦୀଙ୍କୁ ବାହାରକୁ ଅଣାଯାଇ ଶ୍ରମିକ ଭାବେ କାମରେ ନିୟୋଜିତ କରାଗଲା ଏବଂ କଏଦୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଛିଡା କରିଛି ।
କଏଦୀ ଜେଲ ବାହାରେ କାମ କରୁଥିବା ଫଟୋ ଉଠାଇବା ବେଳେ ଜେଲ କର୍ମଚାରୀ ଜଣକ ତାଙ୍କୁ ଅତିରବିରିଆ ଭାବେ କୁଆଡେ ଜେଲ ଭିତରକୁ ନେଇ ଯାଇଥିଲେ ।ଏସଂପର୍କରେ ନିମାପଡା ସବ୍ଜେଲର ସନ୍ତୋଷିନୀ ଦାଶଙ୍କୁ ଫୋନରେ ପଚାରିବାରେ ସେ ପ୍ରଥମେ ଏକଥା ଜାଣିନଥିବା କହିଥିଲେ ।ବାହାର ହେଉ କିମ୍ବା ଭିତର କଏଦୀ ଜେଲ ଏରିଆ ପରିସରରେ କାମ କରିବା ଜେଲ ମାନୁଆଲରେ ରହିଥିବା ସେ ପ୍ରକାଶ କରିଛନ୍ତି ।