Odisha news

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ଆତ୍ମନିର୍ଭର ଭାରତର ନୂତନ ରୂପରେଖ ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥାପନ କରିବେ

0

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ଦିନ ଲାଲ କିଲ୍ଲାର ପ୍ରାଚୀର ଉପରୁ ଜାତିକୁ ସମ୍ବୋଧନ କରିବା ବଳେ ଆତ୍ମନିର୍ଭର ଭାରତର ନୂତନ ରୂପରେଖ ବିଷୟ ଉପସ୍ଥାପନ କରିବେ ବୋଲି ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ଲାଗି ମୋଦୀଙ୍କ ଉପକ୍ରମକୁ ପ୍ରବର୍ତ୍ତନ କରିବାକୁ ସରକାରଙ୍କର ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟ ନିଷ୍ଠାପର ଭାବେ କାର୍ଯ୍ୟ କରୁଛନ୍ତି। ଆତ୍ମନିର୍ଭର ଭାରତ ହେଉଛି ମହାତ୍ମା ଗାନ୍ଧୀଙ୍କ ‘ସ୍ବଦେଶୀ’ ଉଦ୍ୟମର ନୂଆ ରୂପ।

କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଉଧାମ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଅନ୍‌ଲାଇନ୍ ଅନୁଷ୍ଠାନରେ କହିବା ବେଳେ ସିଂହ ଏ କଥା କହିଛନ୍ତି। ଆତ୍ମନିର୍ଭର ଭାରତ ପ୍ରସଙ୍ଗରେ ସେ କହିଲେ ଯେ, ଆତ୍ମନିର୍ଭର ନ ହେଲେ ଗୋଟାଏ ଦେଶ ଫଳପ୍ରଦ ଭାବେ ତା’ର ସାର୍ବଭୌମତ୍ବ ସୁରକ୍ଷା କରିପାରିବ ନାହିଁ ବୋଲି କରୋନାଭାଇରସ୍ ମହାମାରୀ ଦର୍ଶାଇଛି।

ଭାରତର ଆତ୍ମସମ୍ମାନ ଏବଂ ସାର୍ବଭୌମ‌ତ୍ବ ଉପରେ ଆମ ସରକାର କୌଣସିମତେ ଆଞ୍ଚ୍ ଅଣାଇ ଦେବନାହିଁ।

 

Nalco
Leave A Reply