Odisha news

ଗରିବ ମେଧାବୀ ଛାତ୍ରର ପାଠପଢା ଦାୟିତ୍ୱ ନେଲା ସ୍ୱେଚ୍ଛାସେବୀ ସଂଗଠନ

0

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ କେଶୁରା ଗ୍ରାମର ମେଧାବୀ ଛାତ୍ର କ୍ରୀଷ୍ଣା ନାୟକ ତୃତୀୟ ଶ୍ରେଣୀରେ ପାଠପଢୁଥିବା ବେଳେ ସେ ବାପା ମାଙ୍କୁ ହରାଇ ଥିବାରୁ ଅଜା ଓ ଆଈଙ୍କ ନିକଟରେ ରହି ପାଠ ପଢୁଥିଲା  । ବୃଦ୍ଧ ଅଜା ଆଇଙ୍କ ପାଖରେ ଆର୍ଥୀକ ସମ୍ବଳ ନଥିବାରୁ ସେ ନିଜ ନାତି କ୍ରୀଷ୍ଣା ନାୟକଙ୍କୁ ପାଠ ପଢାଇବା  ନିମନ୍ତେ ଅସମର୍ଥ ଥିଲେ  ।

ଏହି ଖବର ପାଇବା ପରେ ଗୁପ୍ତେଶ୍ୱର ନିସ୍ୱାର୍ଥ ସେବା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ  ସଂଗଠନର ସଦସ୍ୟମାନେ ଛାତ୍ର କ୍ରୀଷ୍ଣା ନାୟକଙ୍କ ନିକଟରେ ପହଞ୍ଚô ପଢାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି  ପ୍ରତିଶୃତି ଦେଇଛନ୍ତି  ।  ସଂଗଠନର ସଭାପତି ଶକ୍ତି ରାଉତ ସମ୍ପାଦକ ବିନୟ ବିଶ୍ୱାଳଙ୍କ ସମେତ ତପସ୍ୱିନୀ ମହାନ୍ତି, ବର୍ଷା ଦାସ, ନିକିତା ରାଉତ ପ୍ରମୁଖ  କର୍ମକର୍ତ୍ତାମାନେ କେଶୁରା ଗ୍ରାମରେ ପହଞ୍ଚô ଛାତ୍ର କ୍ରୀଷ୍ଣା ନାୟକଙ୍କୁ ସାକ୍ଷାତ କରି ଏବାବଦରେ ତାଙ୍କର ଅଜା ଆଈଙ୍କୁ ଜଣାଇଛନ୍ତି  ।

Leave A Reply