Odisha news

ନୀଳଗିରି : ଚୋରା କାଠ ବୋଝେଇ ପିକଅପ୍ ଜବତ

0

ନୀଳଗିରି-୨୧/୦୬ : -ନୀଳଗିରି ବନବିଭାଗ ପକ୍ଷରୁ ଏକ ଚୋରା କାଠ ବୋଝେଇ ପିକଅପ ଜବତ କରାଯାଇଛି । ବାଲେଶ୍ୱର ଜିଲ୍ଲା ଡି.ଏଫ.ଓ. ଙ୍କ ନିଦେ୍ର୍ଦଶରେ ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ଙ୍କ ତତ୍ୱାବଧାନରେ ଏକ ଟିମ୍ ମଙ୍ଗଳବାର ପୂର୍ବାହ୍ନରେ ଖନ୍ତାପଡ଼ା ଛକ ଠାରେ ଚୋରା କାଠ ବୋଝେଇ ପିକଅପ ଓଆର-୦୧-ୟୁ-୪୯୭୯ ଗାଡ଼ିଟିକୁ ଜବତ କରିବା ସହ ଉକ୍ତ ଗାଡ଼ିର ଡ୍ରାଇଭର ଗଙ୍ଗାଧର ରାଉତକୁ ଅଟକ ରଖିଥିଲେ । ଏହି ଗାଡ଼ିଟି ନରସିଂହପୁର ରାସ୍ତା ଦେଇ ଖନ୍ତାପଡ଼ା ଅଭିମୁଖେ ଯାଉଥିଲେ । ଗାଡ଼ିରେ ଅର୍ଜୁନ ଗଣ୍ଡି କାଠ ୫୭ ସିଫ୍ଟର ଲୋଡ଼ିଂ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ାଉରେ ନୀଳଗିରି ବନବିଭାଗର ଫରେଷ୍ଟର, ଫରେଷ୍ଟ ଗାର୍ଡ, ସବୁଜ ବାହିନୀ ସାମିଲ ଥିଲେ

Nalco
Leave A Reply