Odisha news

କେନ୍ଦ୍ର ବିଜେପି ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ କଂଗ୍ରେସର ଗଣବିକ୍ଷୋଭ

0

ନୀଳଗିରି-୨୧/୦୬: -କେନ୍ଦ୍ରର ଶାସନ କରୁଥିବା ବିଜେପି ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ବିରୁଦ୍ଧରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ କଂଗ୍ରେସ ପକ୍ଷରୁ ରାଲି ଓ ଗଣବିକ୍ଷୋଭ କରାଯାଇ ଏପରି କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଛି । ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ନୀଳଗିରି ଏନ.ଏ.ସି. କଲ୍ୟାଣ ମଣ୍ଡପ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ ।

ଏହି ଶୋଭାଯାତ୍ରା କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ନୀଳଗିରି ମୁଖ୍ୟ ଡାକ ଘର ସମ୍ମୁଖରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ପୂର୍ବତନ ବିଧାୟକ ଚିତରଂଜନ ଷଡ଼ଙ୍ଗୀ, ଅକ୍ଷୟ ଆଚାର୍ଯ୍ୟ, ଗତ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀନୀ ମନୋଜା ମଂଜରୀ ଦେବୀ, ରାଜ୍ୟ କଂଗ୍ରେସର ମହିଳା ମୋର୍ଚାର ସଭାନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ପ୍ରଜ୍ଞା ପରମିତା ମହାନ୍ତି, ମହିଳା ନେତ୍ରୀ ବୀଣାପାଣି ପାତ୍ର, ଉପେନ୍ଦ୍ର ବେହେରା, ଯଶୋଦା ନନ୍ଦନ ସିଂହ, ବିଶ୍ୱନାଥ ଦାସ, ଦୈତାରୀ ମହାଳିକ, ରତିକାନ୍ତ ବେହେରା, ଗୌରାଙ୍ଗ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Nalco
Leave A Reply