ନୀଳଗିରି-୨୧/୦୬ : -ସମଗ୍ର ବିଶ୍ୱରେ ଆଜି ବିଶ୍ୱ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ନୀଳଗିରିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳିତ ହୋଇଅଛି । ନୀଳଗିରିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀମାନେ ନିଜକୁ ସୁସ୍ଥ , ନିରୋଗ ରଖିବା ପାଇଁ ଯୋଗ ଦିବସ ପାଳନ କରିଛନ୍ତି । ବିଶ୍ୱ ଯୋଗଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସୁବାସିନୀ ଜୀ ଯୋଗଦେଇ ଯୋଗ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭଗବାନ ବର୍ଦ୍ଧନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଭାମଂଜରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ରବିନ୍ଦ୍ର ବାରିକ ଓ କୃଷ୍ଣଚନ୍ଦ୍ର ହୋତା ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ ପ୍ରଦଶର୍ନ କରିଥିଲେ । ଏହି ଅବସରରେ ଶିଶୁ ଭାଇ ଭଉଣୀ, ସେବକ, ସେବିକା, ବାହନ ଭାଇ, ଅଭିଭାବକ ବନ୍ଧୁ ବିଶ୍ୱ ଯୋଗ ଦିବସରେ ସାମିଲ ହୋଇଥିଲେ । ସେହିପରି ବାଲିଗୋହିରୀସ୍ଥିତ ରନôାକର ଟାଉନ ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀମାନେ ଅନୁରୂପ ଭାବେ ବିଶ୍ୱ ଯୋଗଦିବସ ପାଳନ ଅବସରରେ ଯୋଗାଭ୍ୟାସ କରିଥିଲେ ।
