ନୂଆଦିଲ୍ଲୀ : ଜୀବନରେ ସମସ୍ତେ ଚାହିଁ ଥାଆନ୍ତି ଯେ ସିନିଅର ସିଟୀଜେନ ହେବା ବେଳକୁ ତାଙ୍କୁ କାହା ଆଗରେ ହାତ ପତେଇବା କୁ ନପଡୁ l ସେଥିପାଇଁ ସେ ଅନେକ ପ୍ରକାରର ସେଭିଙ୍ଗସ କରି ଥାଆନ୍ତି l ଆଜି ଆସନ୍ତୁ ଜାଣିବା ସରକାରଙ୍କ ଏପରି ଗୋଟିଏ ପେନ୍ସନ ସ୍କିମ ବିଷୟରେ ଯାହାକୁ ବ୍ୟବହାର କଲେ ଆପଣ ୬୦ ବର୍ଷ ବୟସରେ ୫୦ ହଜାର ଟଙ୍କା ପାଇ ପାରିବେ l ଆସନ୍ତୁ ଜାଣିବା ସରକାରଙ୍କର ଏହି ସ୍କିମ ବିଷୟରେ l
ପ୍ରତି ମାସରେ ୧୦ ପ୍ରତିଶତ ରିଟର୍ନ –
ନୂଆ ପେନ୍ସନ ସ୍କିମ ଏପରି ଗୋଟିଏ ଯୋଜନା, ଯାହାଦ୍ୱାରା ଆପଣ ବୃଦ୍ଧ ବୟସରେ ମଧ୍ୟ ଆତ୍ମନିର୍ଭର ହୋଇ ପାରିବେ l ଏହା ସରକାରଙ୍କର ଏପରି ସ୍କିମ ଯେଉଁଥିରେ ଇନଭେଷ୍ଟ କରିବା ଦ୍ୱାରା ୧୦ ପ୍ରତିଶତରୁ ଅଧିକ ରିଟର୍ନ ମିଳିବ l ମାର୍କେଟ ରେ ରହିଥିବା ଏତେ ଗୁଡିଏ ସ୍କିମ ମଧ୍ୟରେ ଏହା ହେଉଛି ସବୁଠୁ ଭଲ ଯୋଜନା l
ଟ୍ୟାକ୍ସ ଦେବାରୁ ମିଳିଥାଏ ମୁକ୍ତି –
ପୂର୍ବରୁ ଏହି ସ୍କିମ କେବଳ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉପଲବ୍ଧ ଥିଲା l ବର୍ତମାନ ସରକାର ଏହାକୁ ସମସ୍ତଙ୍କ ପାଇଁ ଖୋଲି ଦେଇଛନ୍ତି l କୌଣସି ଭାରତୀୟ ନାଗରିକ କିଛିଟା ଆବଶ୍ୟକୀୟ ନିୟମକୁ ପାଳନ କରି ନୂଆ ପେନ୍ସନ ସିଷ୍ଟମ ର ଲାଭ ଉଠାଇ ପାରିବେ l ଯଦି ଆପଣ ଇନକମ ଟ୍ୟାକ୍ସ ଦେଉଛନ୍ତି ତେବେ ଏହି ସ୍କିମ ଜରିଆରେ ଟ୍ୟାକ୍ସ ଦେବାରୁ ନିଜକୁ ଦୁରେଇ ରଖି ପାରିବେ l
ଏହି ସ୍କିମ ଅନୁସାରେ ଆପଣ ପ୍ରତି ମାସରେ କେତେ ନିବେଶ କରିବେ ଏହା ଆପଣଙ୍କ ଉପରେ ନିର୍ଭର କରେ l ଏହାପରେ ପ୍ରତି ମାସରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ପଇସା ଅଟୋମେଟିକ କଟିଯିବ l ଯଦି ଆପଣ ଚାହୁଁଛନ୍ତି ୬୦ ବର୍ଷ ହେବା ବେଳକୁ ଆପଣଙ୍କୁ ପଚାଶ ହଜାର ଟଙ୍କା ମିଳୁ ତେବେ ପ୍ରତି ମାସରେ ଆପଣ ଏଥିପାଇଁ ୧୫ ହଜାର ଟଙ୍କା ନିବେଶ କରିବେ, ଯଦି ଆପଣଙ୍କ ବୟସ କିମ୍ବା ଜୀବନସାଥୀ ଙ୍କ ବୟସ ୩୫ ବର୍ଷ ରହିଛି l ଏପରି ଭାବରେ ୨୫ ବର୍ଷରେ ୪୫ ଲକ୍ଷ ଟଙ୍କା ନିବେଶ କରିବେ l ୬୦ ବର୍ଷ ହେବା ମାତ୍ରକେ ପାଖାପାଖି ୨କୋଟି ଟଙ୍କା ଆପଣଙ୍କ ମାଚ୍ୟୁରିଟି ହୋଇ ଯାଇଥିବ l
କରୋନା ର ଏପରି ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏହି ବୀମାକୁ ଲାଗୁ କରିଛନ୍ତି l ଯାହାଦ୍ୱାରା ସମସ୍ତେ ଲାଭାନ୍ବିତ ହୋଇ ପାରିବା l
