Odisha news

ନୂତନ ଶିକ୍ଷାନୀତି ଓ ଅଙ୍ଗନବାଡ଼ି କେନ୍ଦ୍ର

0

ଗୋବିନ୍ଦ ସାହୁ : ଶୈଶବାବସ୍ଥା ହିଁ ଶିଶୁର ଶିକ୍ଷା ଅର୍ଜନର ଏନ୍ତୁଡ଼ିଶାଳ । ଗୋଟିଏ ଶିଶୁର ଜନ୍ମରୁ ପ୍ରଥମ କିଛି ବର୍ଷ ତା’ର ଭବିଷ୍ୟତର ବିକାଶ ପାଇଁ ମୁଳଦୁଆ ଅଟେ, ଯାହା ଉପରେ ତା’ ଜୀବନର ତମାମ ବୌଦ୍ଧିକ ଓ ସାମାଜିକ ବିକାଶ ତଥା ଶିକ୍ଷା ନିର୍ଭରଶୀଳ । ଗବେଷକଙ୍କ ମତରେ ତିନି ବର୍ଷରେ ଶିଶୁର ୮୦ ପ୍ରତିଶତ ଓ ପାଞ୍ଚ ବର୍ଷ ମଧ୍ୟରେ ୯୦ ପ୍ରତିଶତ କ୍ରମବର୍ଦ୍ଧନଶୀଳ ମାନସିକ ବିକାଶ ଘଟିଥାଏ । ସେହି କାରଣରୁ ଶୈଶବାବସ୍ଥାରେ ଉପଯୁକ୍ତ ସେବାଯନô ଓ ଶିକ୍ଷାଦାନ ଗୁରୁତ୍ୱପୂର୍ଣ୍ଣ ଅଟେ ।

ୟୁନେସ୍କୋର ମତାନୁଶାରେ “ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ଠାରୁ ଯଥେଷ୍ଟ ଅଧିକ । ଏହାର ଲକ୍ଷ୍ୟ ଶିଶୁର ଜୀବନ ତମାମ ଶିକ୍ଷା ଅର୍ଜନ ଓ ସୁଖ ନିମିତ୍ତ ଏକ ସୁଦଢ଼ ଓ ବିସ୍ତୃତ ମୂଳଦୁଆ ନିର୍ମାଣ ନିମନ୍ତେ ସାମାଜିକ, ଆବେଗିକ, ବୌଦ୍ଧିକ ଏବଂ ଶାରୀରିକ ଚାହିଦାର ସାମଗ୍ରୀକ ବିକାଶ । ଭବିଷ୍ୟତର ପ୍ରଯନôଶୀଳ, ସାମର୍ଥ୍ୟ ଓ ଦାୟିତ୍ୱସମ୍ପନ୍ନ ନାଗରୀକ ପ୍ରସ୍ତୁତ କରିବାର ଏହାର ସମ୍ଭାବନା ରହିଛି ।” ଶିକ୍ଷା ସିଦ୍ଧାନ୍ତ ଅନୁଶାରେ ଶିଶୁ ଜନ୍ମରୁ ଆଠ ବର୍ଷ ମଧ୍ୟରେ ପୂର୍ବ-ଶୈଶବ ଶିକ୍ଷା ରୂପେ ନିଜ ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ଜିନିଷର ସବିଶେଷ ବିବରଣୀ ଜିଜ୍ଞାସା କରିଥାଏ ।

ବିଭିନ୍ନ ବସ୍ତୁର ରଙ୍ଗ, ଆକାର, ଗଠନ, ଘର ଓ ବାହାର ଲୋକଙ୍କ ସଂସ୍ପର୍ଶରେ ଆସି ଗୀତ ମନେରଖି ଦୋହରାଇବା, ଶୁଣିଥିବା କାହାଣୀର ପୁନଃ କହିବାକୁ ଚେଷ୍ଟା କରିବା, ପରିଜନଙ୍କ ଆଚାର ବ୍ୟବହାରକୁ ଅନୁକରଣ କରିବା ଭଳି କାମ ନିଦ୍ୱର୍ନ୍ଦରେ କରିଥାଏ ।
ଦୀର୍ଘ ୩୪ ବର୍ଷର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଆମୁଳଚୁଳ ପରିବର୍ତ୍ତନ ସ୍ୱରୂପ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନ୍ଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷାନୀତି ଡ୍ରାଫ୍ଟ କମିଟିର ରିପୋର୍ଟ ଅନୁସାରେ ୨୯ ଜୁଲାଇ ଦିନ କେନ୍ଦ୍ର କ୍ୟାବିନେଟ ଦ୍ୱାରା ପାସ ହେଲା ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ । ପ୍ରଚଳିତ ୧୦+୨ ଶିକ୍ଷା ବ୍ୟବସ୍ଥା ବଦଳରେ ଲାଗୁ ହେଲା ୫+୩+୩+୪ ବ୍ୟବସ୍ଥା । ଖେଳ ଓ ବିଭିନ୍ନ ସକ୍ରିୟ କାର୍ଯ୍ୟକଳାପ ମାଧ୍ୟମରେ ୩ରୁ ୮ ବର୍ଷ ମଧ୍ୟରେ ୩ ବର୍ଷ ପ୍ରାକ୍-ପ୍ରାଥମିକ ଶିକ୍ଷା ସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ମିଶାଇ ପ୍ରଥମ ପାଞ୍ଚ ବର୍ଷ ମୌଳିକ ଶିକ୍ଷାଦାନର ବ୍ୟବସ୍ଥା ହେବ । ବିଦାୟୀ ଶିକ୍ଷାନୀତି ଅନୁସାରେ କେବଳ ଧନୀକ ଶ୍ରେଣୀର ପିଲା ହିଁ ଇଂରାଜୀ

ମାଧ୍ୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମଲେଖା ପୂର୍ବରୁ ପ୍ଲେ-ସ୍କୁଲ, ନର୍ସରୀ ଓ କିଣ୍ଡର୍ଗାର୍ଟନ୍ ଅଥବା ବେସରକାରୀ ମାତୃଭାଷା ମାଧ୍ୟମ ବିଦ୍ୟାଳୟରେ ପ୍ରାରମ୍ଭ ଓ ବୋଧ ଭଳି ସ୍ତର ଦେଇ ଗତି କରୁଥିବା ବେଳେ ସହରାଞ୍ଚଳର ଓ ଗ୍ରାମାଞ୍ଚଳର ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ପରିବାରର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇଲା ବେଳକୁ ସିଧାସଳଖ ଅଙ୍ଗନବାଡ଼ିରୁ ଆସୁଥିଲେ । ସାର୍ବଜନୀନ ପ୍ରାକ୍-ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ଉଦେ୍ଦଶ୍ୟରେ ନୂତନ ଶିକ୍ଷାନୀତିରେ ଅଙ୍ଗନବାଡ଼ି କେନ୍ଦ୍ର ବା ପ୍ରାକ୍ ବିଦ୍ୟାଳୟଗୁଡ଼ିକୁ ବ୍ୟବସ୍ଥିତ କରିବା ସହ ସ୍ଥିତି ସୁଦୃଢ଼ କରାଯିବାର ବ୍ୟବସ୍ଥା ରହିଛି । ଶୈଶବାବସ୍ଥାରେ ଉଚ୍ଚଗୁଣ ସମ୍ପନ୍ନ ଲାଳନପାଳନ ନିମିତ୍ତ ବିଭିନ୍ନ ପନ୍ଥା ଅବଲମ୍ବନ କରିବାର ବ୍ୟବସ୍ଥା ରହିଛି । ସାମଗ୍ରୀକ ଓ ସମତୁଳ ବିକାଶ ନିମନ୍ତେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଜିଲ୍ଲା ଓ ଅଂଚଳକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ସହ ପ୍ରାଧାନ୍ୟ ମଧ୍ୟ ଦିଆଯିବ ।

ଏହି ଶିକ୍ଷାନୀତି ଅନୁସାରେ ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍ (ଋଉଉଋ) କୁ ଏକକ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଅଙ୍ଗନବାଡ଼ି କେନ୍ଦ୍ର, ବର୍ତ୍ତମାନ ଚାଲୁଥିବା ସ୍କୁଲ ମାନଙ୍କରେ ୫ ରୁ ୬ ବର୍ଷର ଶିଶୁଙ୍କ ପାଇଁ ପ୍ରାକ୍-ପ୍ରାଥମିକ ବିଦ୍ୟାଳୟ ଅଥବା ଏକାକୀ ପ୍ରାକ୍-ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଶିଶୁଙ୍କ ପାଖକୁ ପହଂଚାଇବାର ବ୍ୟବସ୍ଥା କରାଯିବ । ଏହା ଶିଶୁଙ୍କୁ ଜୀବନ ତମାମ୍ ଶିକ୍ଷା କ୍ଷେତ୍ରରେ ଭାଗୀଦାର ହୋଇ ଉନ୍ନତି କରିବାରେ ସକ୍ଷମ କରିବାର ସମ୍ଭାବନାକୁ ବଳିଷ୍ଠ କରେ । ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍ ଅକ୍ଷର, ଭାଷା, ସଂଖ୍ୟା, ଗଣନ, ରଙ୍ଗ, ଆକୃତି, ତର୍କ ଚିନ୍ତନ, ସମସ୍ୟା ସମାଧାନ, ଚିତ୍ର ଅଙ୍କନ, କାରିଗରୀ, ନାଟକ, କଣ୍ଢେଇ ନିର୍ମାଣ/ଖେଳ ଓ ସଙ୍ଗୀତ ଶିକ୍ଷା ନିମନ୍ତେ ନମନୀୟ, ବହୁମୁଖୀ, ବହୁସ୍ତରୀୟ, ଖେଳ, ଗତିବିଧି ଓ ଅନୁସନ୍ଧାନ ଆଧାରିତ ଶିକ୍ଷଣର ଭିତ୍ତିଭୂମି ପ୍ରତିଷ୍ଠା କରିବ । ଏଥି ସହିତ ସାମାଜିକ ସାମର୍ଥ୍ୟ, ସମ୍ବେଦନଶୀଳତା, ଉତ୍ତମ ବ୍ୟବହାର, ଶାଳୀନତା, ନୈତିକତା, ସ୍ୱଚ୍ଛତା, ସାମୂହିକ କାର୍ଯ୍ୟ ଓ ସହେଯାଗୀତାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବ । ଏବଂ ଏହିସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠ୍ୟକ୍ରମ ଓ ଶିକ୍ଷାଶାସ୍ତ୍ର ଉପରେ ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତ ହେବେ ।

ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍କୁ ସାର୍ବଜନୀନ କରିବାକୁ ଉଚ୍ଚମାନର ଭିତ୍ତିଭୂମି, ଖେଳ ସରଞ୍ଜାମ ଓ ତାଲିମପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ ରହିବେ । ଏଥି ନିମିତ୍ତ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ୱଚ୍ଛନ୍ଦରେ ବାୟୁ ଚଳାଚଳ କରୁଥିବା, ସୁପରିକଳ୍ପିତ, ଶିଶୁ-ବନ୍ଧୁତାପୂର୍ଣ୍ଣ ବା ଚାଇଲ୍ଡ୍ ଫ୍ରେଣ୍ଡ୍ଲି କୋଠା ସହ ସମୃଦ୍ଧ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ । ପାଞ୍ଚବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ସମାପ୍ତ ପରେ ପ୍ରତ୍ୟେକ ଶିଶୁ ଏକ ବର୍ଷ ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ପ୍ରସ୍ତୁତିମୂଳକ ଶ୍ରେଣୀ ‘ବାଲ୍ବାଟିକା’କୁ ଯିବେ । ସେଠାରେ ଶିକ୍ଷାର୍ଥୀଙ୍କୁ ଖେଳ ମାଧ୍ୟମରେ ବୌଦ୍ଧିକ, ମାନସିକ ଓ ଗତି ସଂଚାଳନ ଶକ୍ତିର ବିକାଶ ଉପରେ ଆଧାରିତ ରହିବା ସହ ସେମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରର ବିଦ୍ୟାର୍ଥୀଙ୍କ ଭଳି ସ୍ୱାସ୍ଥ୍ୟ ପରୀକ୍ଷା ଓ ବିକାଶ ଅବଲୋକନ କରାଯିବ । ଅଙ୍ଗନବାଡ଼ି କେନ୍ଦ୍ରରୁ ସ୍କୁଲ ପ୍ରବେଶ କରିବାର ସନ୍ଧିକାଳକୁ ସୁଗମ କରିବାକୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲର ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପରସ୍ପରର କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯିବ ଏବଂ ସ୍କୁଲ କୋଠାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଏକୀଭୂତ କରାଯିବ ।

୨୦୩୦ ସୁଦ୍ଧା ସାର୍ବଜନୀନ ଉକôୃଷ୍ଟ ପ୍ରାରମ୍ଭିକ ଶୈ÷ଶବ ବିକାଶ, ସେବାଯନô ଓ ଶିକ୍ଷାର ସାର୍ବଜନୀନ ବିଧାନ ଏବଂ ପ୍ରଥମ ଶ୍ରେଣୀରେ ପ୍ରବେଶ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ରହିଛି । ପର୍ଯ୍ୟାୟକ୍ରମେ ସାର୍ବଜନୀନ ତଥା ଉଚ୍ଚମାନ ସମ୍ପନ୍ନ ପ୍ରାରମ୍ଭିକ ଶୈଶବ ବିକାଶ, ସେବାଯନô ଓ ଶିକ୍ଷା ସୁନିଶ୍ଚିତ କରିବା ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍ର ମୂଳ ଲକ୍ଷ୍ୟ ରହିଛି । ଆଠବର୍ଷ ପର୍ଯ୍ୟନ୍ତ ଶିଶୁକୁ ଦୁଇଟି ପର୍ଯ୍ୟାୟରେ ୦ ରୁ ୩ ବର୍ଷ ଓ ୩ ରୁ ୮ ବର୍ଷ ପର୍ଯ୍ୟନ୍ତ ଘଉଋଜଞ ଦ୍ୱାରା ଏକ ଉଚ୍ଚମାନର ପାଠ୍ୟକ୍ରମ ଓ ଶୈକ୍ଷଣିକ ଢାଞ୍ଚା ପ୍ରସ୍ତୁତ କରାଯିବ । ୧୦+୨ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନାବାଡ଼ି କର୍ମୀଙ୍କୁ ଟେଲିଭିଜନ ଓ ସ୍ମାର୍ଟ ଫୋନ ମାଧ୍ୟମରେ ୬ ମାସର ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଣ୍ଡ୍ ଏଜୁକେଶନ୍ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ଓ କମ ଶିକ୍ଷାଗତ ଯୋଗ୍ୟତା ଥିବା କର୍ମୀଙ୍କୁ ଏକ ବର୍ଷର ଡିପ୍ଲୋମା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ କରାଯିବ ।

ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଏକଏକ ଋଉଉଋ ଯୋଗ୍ୟତାପ୍ରାପ୍ତ ଶିକ୍ଷକ ରହିବେ । ଦୀର୍ଘବର୍ଷ ଧରି ବ୍ୟବହୃତ ସ୍ଥାନୀୟ ତଥା ପାରମ୍ପରିକ ଗପ, ଗୀତ, ଖେଳ ତଥା କଳାର ବ୍ୟବହାରକୁ ପ୍ରାଧାନ୍ୟ ଦିଆଯିବ । ଉକ୍ତ ଲକ୍ଷ୍ୟ ହାସଲ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ । ନୂତନ ଶିକ୍ଷାନୀତି ୨୦୨୦ ପ୍ରାରମ୍ଭିକ ଶୈଶବକୁ ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖିଥିବାରୁ ଶିଶୁମାନଙ୍କ ସାମଗ୍ରୀକ ବିକାଶର ଆଶା ପ୍ରସସ୍ତ ହେବା ସହ ଆଜୀବନ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ନିଶ୍ଚିତ ପ୍ରସ୍ତୁତ କରିବ ।

Leave A Reply