Odisha news

ଭାରତ ବିରୋଧୀ ପ୍ରଦର୍ଶନ କୁ ନେଇ ନେପାଳ ର ଚେତାବନୀ : ଯିଏ ନେପାଳ ରେ ଭାରତ ବିରୁଦ୍ଧରେ ପ୍ରଦର୍ଶନ କରିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

ନୂଆଦିଲ୍ଲୀ : ନେପାଳ ର ଶେର ବାହାଦୁର ଦେଉବା ଜନସାଧାରଣଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ କୌଣସି ବିରୋଧ ପ୍ରଦର୍ଶନ ସମୟରେ ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର କୁଷ ପୁତ୍ତଳିକା ଦାହ କରାଗଲା କିମ୍ବା ଭାରତ ର ସମ୍ମାନ ବିରୋଧ ରେ କୌଣସି ପ୍ରଦର୍ଶନ ହେଲା ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରବିବାର ଦିନ ଗୋଟିଏ କାର୍ଯ୍ୟକ୍ରମ ରେ ସୂଚନା ଦିଆଯାଇଛି ଯେ ନେପାଲ ତାର ସମସ୍ତ ପଡୋଶୀ ଦେଶ ଙ୍କ ସହିତ ଭଲ ସମ୍ପର୍କ ଚାହୁଁଛି । ଯଦି କିଛି ଅସୁବିଧା ଦେଖା ଦେବ ତେବେ ଡିପ୍ଲୋମାଟିକ ଭାବରେ ତାହାକୁ ସମାଧାନ କରାଯିବ ।
କିଛିଦିନ ତଳେ ନେପାଳର ଧାରାଚୁଲା ନିକଟରେ ଗୋଟିଏ ଯୁବକ ତାର ସାହାଯ୍ୟରେ ନଦୀ ପାର କରି ଭାରତରେ ପ୍ରବେଶ କରୁଥିଲା । ତାର ଟି ଛିଡି ଯିବାରୁ ଯୁବକଟି ନଦୀରେ ଭାସି ଗଲା । ନେପାଳର କିଛି ଭାରତ ବିରୋଧୀ ସଂଗଠନ ଏହାର ଦୋଷ ଭାରତକୁ ଦେଇ ପ୍ରଦର୍ଶନ ଆରମ୍ଭ କରିଥିଲେ । ଏହି ପ୍ରଦର୍ଶନ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଗଲା । ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ କହିଥିଲେ ଯେ ଏହା ଭାରତର ଯବାନ ମାନଙ୍କ ଦ୍ଵାରା କରାଯାଇଛି ।
ଏହି ପ୍ରଦର୍ଶନ ଏତେ ଅନାୟତ ହୋଇ ଗଲା ଯେ ନେପାଳ ସରକାର ଙ୍କ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା ।

Comments are closed.